ନିର୍ବାଚନ ଡ୍ୟୁଟିରେ ଥିବା ବେଳେ ବିଏଲଓଙ୍କ ମୃତ୍ୟୁ

Jun 1, 2024 - 12:18
 4951
ନିର୍ବାଚନ ଡ୍ୟୁଟିରେ ଥିବା ବେଳେ ବିଏଲଓଙ୍କ  ମୃତ୍ୟୁ

ଯାଜପୁର: ନିର୍ବାଚନ ଡ୍ୟୁଟିରେ ଥିବା ବେଳେ ବିଏଲଓଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ଯାଜପୁର ଜିଲ୍ଲା ବିଞ୍ଝାରପୁର ଓଳେଇଚନ୍ଦନପୁର ୧୫୭ନଂ ବୁଥ୍‌ରେ ଏହି ଅଘଟଣ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ବିଏଲଓ ମନୋରଞ୍ଜନ ସାହୁ।

ବିଞ୍ଝାରପୁର ଓଳେଇଚନ୍ଦନପୁର ୧୫୭ନଂ ବୁଥ୍‌ରେ ମନୋରଞ୍ଜନ ନିର୍ବାଚନ ଡ୍ୟୁଟିରେ ଥିଲେ।  ହଠାତ୍ ସେ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ। ତୁରନ୍ତ ତାଙ୍କୁ ବିଞ୍ଝାରପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ରାଜ୍ୟରେ ଅନ୍ତିମ ପର୍ୟ୍ୟାୟ ମତଦାନ ଚାଲିଥିବା ବେଳେ ଖରା ସହ ଗୁଳିଗୁଳି ହେଉଛି। ଅତ୍ୟଧିକ ଗରମ ହେତୁ ଏପରି ଅଘଟଣ ଘଟିଥିବା ଆଲୋଚନା ହେଉଛି। ତେବେ ବିଏଲଓଙ୍କର କିପରି ମୃତ୍ୟୁ ତାର ପ୍ରକୃତ କାରଣ ଜଣାପଡ଼ିନାହିଁ।

ସେହିପରି ବାଲେଶ୍ୱର ଜିଲ୍ଲା ନୀଳଗିରିର ଈଶ୍ୱରପୁରର ୧୫୯ ନଂ ବୁଥରେ ଭୋଟ୍ ଦେବାକୁ ଆସିଥିବା ବେଳେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି।