ପ୍ରଥମେ ନିଜ ରାଜ୍ୟକଥା ଚିନ୍ତା କରନ୍ତୁ ବିଜେପିର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ:ନବୀନ
ଭୁବନେଶ୍ୱର: ଓଡ଼ିଶା ପ୍ରସଙ୍ଗରେ କହିବା ଆଗରୁ ପ୍ରଥମେ ନିଜ ରାଜ୍ୟକଥା ଚିନ୍ତା କରନ୍ତୁ ବିଜେପିର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ । ଓଡ଼ିଶାରେ ମାଳମାଳ କେନ୍ଦ୍ରୀୟ ନେତାଙ୍କ ପ୍ରଚାରକୁ ଶାଣିତ ସମାଲୋଚନା କରି ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, ବିଜେପିର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀମାନେ ଓଡ଼ିଶା ଆସି ପ୍ରଚାର କରୁଛନ୍ତି । ଓଡ଼ିଶାକୁ ଏକନମ୍ବର କରିବାକୁ ପ୍ରତିଶୃତି ଦେଉଛନ୍ତି । ସେମାନେ ପ୍ରଥମେ ନିଜ ରାଜ୍ୟ କଥା ଦେଖିବାକୁ ନବୀନ ପରାମର୍ଶ ଦେଇଛନ୍ତି । ଏହାଛଡ଼ା ମୁଣ୍ଡପିଛା ଋଣର ହିସାବ ଦେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କୁ କଡ଼ା ସମାଲୋଚନା କରିଛନ୍ତି । ନବୀନ କହିଛନ୍ତି, ଆସାମର ମୁଣ୍ଡପିଛା ଋଣ ଓଡ଼ିଶାର ମୁଣ୍ଡପିଛା ଋଣର ଦୁଇଗୁଣ । ଏଣୁ ସେ ପ୍ରଥମେ ନିଜ ରାଜ୍ୟକଥା ବୁଝନ୍ତୁ ।