ଦେଶରେ ୯ ଟା ସୁଦ୍ଧା ୧୦.୩୫% ମତଦାନ

May 13, 2024 - 11:05
 5959
ଦେଶରେ  ୯ ଟା ସୁଦ୍ଧା ୧୦.୩୫% ମତଦାନ

ନୂଆଦିଲ୍ଲୀ: ସୋମବାର ଦେଶରେ ୨୦୨୪ ଲୋକସଭା ନିର୍ବାଚନର ଚତୁର୍ଥ ପର୍ୟ୍ୟାୟ ପାଇଁ ଭୋଟ୍ ଦେଉଛି। ୧୦ ଟି ରାଜ୍ୟରେ ୯୬ ଟି ଆସନରେ ମତଦାନ ଚାଲିଛି। ଆଜି ମଧ୍ୟପ୍ରଦେଶ ସମେତ ଅନେକ ସହରରେ ପ୍ରବଳ ବର୍ଷା ହେଉଛି। ୧,୭୨୭ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି।
ଲୋକସଭା ନିର୍ବାଚନ ୨୦୨୪ର ତିନୋଟି ପର୍ୟ୍ୟାୟ ପାଇଁ ୧୯ ଏପ୍ରିଲ, ୨୬ ଏପ୍ରିଲ ଏବଂ ୭ ମେ’ରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ୧୯ ଏପ୍ରିଲରେ ମତଦାନ ହାର ୬୬.୧ ପ୍ରତିଶତ, ଏପ୍ରିଲ୨୬ ରେ ୬୬.୭ ପ୍ରତିଶତ ଏବଂ ମେ’ ୭ ରେ ୬୧ ପ୍ରତିଶତ ଥିଲା।

ଚତୁର୍ଥ ପର୍ୟ୍ୟାୟରେ ପୂର୍ବାହ୍ନ ୯ ଟା ପର୍ୟ୍ୟନ୍ତ ୧୦.୩୫% ମତଦାନ ହୋଇଛି। ସେଥିମଧ୍ରୁ ପଶ୍ଚିମବଙ୍ଗରେ ସର୍ବାଧିକ, ଜମ୍ମୁ କାଶ୍ମୀରରେ ସର୍ବନିମ୍ନ ମତଦାନ ହୋଇଛି।