ଭୋଟ ଦେଲେ ଲେଖାଶ୍ରୀ
ବାଲେଶ୍ବର: ଆଜି ରାଜ୍ୟରେ ଅନ୍ତିମ ପର୍ୟ୍ୟାୟ ନିର୍ବାଚନ । ଏହି ପର୍ୟ୍ୟାୟରେ ଓଡିଶାରେ ୬ଟି ଲୋକସଭା ଏବଂ ୪୨ଟି ବିଧାନସଭା ଆସନରେ ମତଦାନ ହେଉଛି । ତେବେ ବାଲେଶ୍ବରରେ ମଧ୍ୟ ମତଦାନ ଜାରି ରହିଥିବା ବେଳେ ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହେଲେ ବାଲେଶ୍ୱର ବିଜେଡି ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତ ସିଂହାର । ନିଜର ଶାଶୂ ଘର ଗାଁ ମାଟିରେ ପହଞ୍ଚି ମତଦାନ କରିଛନ୍ତି । ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇ ଲେଖାଶ୍ରୀ ମତ ସାବ୍ୟସ୍ତ କରିବା ପରେ ବେଶ ଖୁସି ଥିବା ନଜିର ଆସିଛନ୍ତି । ନିଜ ସ୍ବାମୀଙ୍କ ସହ ଆସି କାଂଶ ସରକାରୀ ପ୍ରାଥମିକ ବିଦ୍ୟାଳୟର ୧୫ ନମ୍ବର ବୁଥରେ ଧାଡିରେ ଛିଡା ହୋଇ ନିଜର ମୂଲ୍ୟବାନ ମତଦାନ କରିବା ସହ ଶତ ପ୍ରତିଶତ ମତଦାନ ପାଇଁ ନିବେଦନ କରିଛନ୍ତି । ସେହିପରି ବାଲେଶ୍ୱର ବିଜେପି ସାଂସଦ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମଧ୍ୟ ନୀଳଗିରି ନିଜ ଗାଁ ମାଟି ଧୋବଶିଳା ଗାଁର ୯୩ ନମ୍ବର ବୁଥରେ ମତଦାନ କରିଛନ୍ତି ।