ଏସୀୟ ଗେମ୍ସର ୫ ଦିନ: ଶୁଟିଂରେ ଭାରତର ଷଷ୍ଠ ସ୍ୱର୍ଣ୍ଣ ପଦକ
Asian Games 2023

ହଙ୍ଗଝୌ:ଏସୀୟ ଗେମ୍ସରେ ପଞ୍ଚମ ଦିନରେ ଭାରତ ଏକ ଶକ୍ତିଶାଳୀ ଆରମ୍ଭ କରିଛି । ୧୦ ମିଟର ଏୟାର ପିସ୍ତା ଦଳ ଇଭେଣ୍ଟରେ ଭାରତ ସ୍ୱର୍ଣ୍ଣ ପଦକ ପାଇଛି । ଭାରତ ଏପର୍ଯ୍ୟନ୍ତ ଏସୀୟ ଗେମ୍ସରେ ୨୦୨୩ ରେ ୬ ଟି ସ୍ୱର୍ଣ୍ଣ ସହିତ ମୋଟ ୨୪ ଟି ପଦକ ହାସଲ କରିଛି । ଅର୍ଜୁନ ଖେମା, ସରବଜୋଟ ସିଂ ଏବଂ ଶିବ ନରୱାଲଙ୍କ ମିଳିତ ପ୍ରଦର୍ଶନରେ ଭାରତ ଏହି ସ୍ୱର୍ଣ୍ଣ ହାସଲ କରିଥିବାବେଳେ ବ୍ୟକ୍ତିଗତ ଇଭେଣ୍ଟର ଫାଇନାଲରେ ସରବଜୋତ୍ ଏବଂ ଅର୍ଜୁନ ଭଲ ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛନ୍ତି । ସରବଜୋତ ୫୮୦ ପଏଣ୍ଟ ହାସଲ କରି ୫ ମ ସ୍ଥାନରେ ରହିଛନ୍ତି ଏବଂ ଅର୍ଜୁନ ୫୭୮ ପଏଣ୍ଟ ସହ ଅଷ୍ଟମ ସ୍ଥାନରେ ରହିଛନ୍ତି । ଶିବ ୫୭୬ ପଏଣ୍ଟ ହାସଲ କରି ୧୪ ତମ ସ୍ଥାନରେ ରହିଛନ୍ତି । ସେହିଭଳି ରୋଶିବିନା ଦେବୀ ଉଷୁୁରେ ରୌପ୍ୟ ପଦକ ଜିତିଛନ୍ତି ।