ବାଣ ବିସ୍ଫୋରଣ ମୃତୁ୍ୟ ସଂଖ୍ୟା ୪କୁ ବୃଦ୍ଧି
ଭୁବନେଶ୍ୱର:ପୁରୀ ବାଣ ବିସ୍ଫୋଣ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ । ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି । ଏନେଇ ଏସଆରସିଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ସେମାନଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଯୋଗାଇଦେବାକୁ ଏସଆରସି ପ୍ରେସରିଲିଜ ଜାରି କରି ସୂଚନା ଦେଇଛନ୍ତି । ଅନ୍ୟପଟେ ୨୬ ଜଣ ଆହତ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ସେପଟେ ଜାତୀୟ ମାନବାଧିକାର କମିଶନରେ ମାମଲା ରୁଜୁ ହୋଇଛି । । ପ୍ରତ୍ୟେକ କ୍ଷତିଗ୍ରସ୍ତଙ୍କୁ ୩୦ ଲକ୍ଷ ଟଙ୍କାର ସହାୟତା ଓ ଅନ୍ୟାନ ସୁବିଧା ଯୋଗାଇଦେବାକୁ ଦାବି କରାଯାଇ ଏକ ମାମଲା ରୁଜୁ କରାଯାଇଛି ।