ବିଜେପି ବୁଥ ସଭାପତିଙ୍କୁ ଛୁରାମଡ଼
ସାଲେପୁର:ରାଜ୍ୟରେ ଜାରି ରହିଛି ଶେଷ ତଥା ଚତୁର୍ଥ ପର୍ଯ୍ୟାୟ ମତଦାନ । ଏହି ଅବସରରେ ବିଭିନ୍ନ ବୁଥରେ ଗଣ୍ଡଗୋଳର ଖବର ସାମନାକୁ ଆସିଛି । ତେବେ ସବୁଠାରୁ ବଡ଼କଥା ହେଉଛି କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ୩୫ ନଂ ବିଜେପି ବୁଥ ସଭାପତିଙ୍କୁ ଛୁରାମାଡ଼ କରାଯାଇଥିବା ଅଭିଯୋଗ ହୋଇଛି । ବିଜେଡି କର୍ମୀ ଏଭଳି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଥିବାବେଳେ ଏନେଇ ଥାନାରେ ଏତଲା ମଧ୍ୟ ଦିଆଯାଇଛି ।
ଏହାପୂର୍ବରୁ ସାଲେପୁରରେ ବିଜେପି ଏଜେଣ୍ଟଙ୍କୁ ପନିକିରେ ହାଣିବା ଭଳି ଏକ ଅଭାବନୀୟ ଘଟଣା ଘଟିଥିଲା ।
ସାଲେପୁର ମାଳଶାସନ ୧୮୪ ଓ ୧୮୫ ନଂ ବୁଥରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ବିଜେପି ବିଧାୟକ ପ୍ରାର୍ଥୀଙ୍କ ଏଜେଣ୍ଟ ଓ ୩ ସମର୍ଥକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ପନିକିରେ ହାଣିବା ସହ ବିଜେଡି ସମର୍ଥକ ସେମାନଙ୍କୁ ଠେଙ୍ଗାରେ ପିଟିଥିବା ଅଭିଯୋଗ ହୋଇଛି । ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ଏହାକୁ ନେଇ ବୁଥରେ ଉତ୍ତେଜନା ଦେଖିବାକୁ ମିଳିଛି ।