ଆମର ୧୪ ବିଧାୟକ ୧୪୦ ଜଣଙ୍କ ସହ ସମାନ: ଡ. ଅଜୟ କୁମାର
ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନର ଫଳାଫଳ ଆସିବା ପରେ କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର କହିଛନ୍ତି," ଆମର ନିର୍ବାଚିତ ହୋଇଥିବା ୧୪ ଜଣ ବିଧାୟକ ୧୪୦ ଜଣଙ୍କ ସହ ସମାନ । ମୁଁ, ମାଲୁଭାଟି ଓ ପିସିସି ସଭାପତି ୧୪ ଜଣ ବିଧାୟକଙ୍କୁ ଏକୁଟିଆ ଭେଟିବୁ ଓ ବିରୋଧୀ ଦଳର ନେତା ବାଛିବୁ । ଆଗାମୀ ୨ ଦିନରେ ସବୁ କିଛି ସ୍ପଷ୍ଟ ହୋଇଯିବ । ଭକ୍ତ ଚରଣ ଦାସ ଓ ପିସିସି ସଭାପତି ଅଳ୍ପକେ ହାରିଥିବା ପ୍ରାର୍ଥୀ ତଥା ୨୦ ହଜାରରୁ ଅଧିକ ଭୋଟ ପାଇଥିବା ପ୍ରାର୍ଥୀଙ୍କୁ ନେଇ ବୈଠକ କରାଯିବ । ସେମାନଙ୍କୁ କଂଗ୍ରେସର ବିଭିନ୍ନ ସାଙ୍ଗଠନିକ ପଦପଦବୀ ପ୍ରଦାନ କରାଯିବ ।"
ବିଜେପିକୁ ଟାର୍ଗେଟ କରି ସେ କହିଛନ୍ତି, "ଓଡିଶାବାସୀ ସାବଧାନ ହେଇଯାଆନ୍ତୁ । ଆପଣ ମାନଙ୍କର ଜଙ୍ଗଲ, ଜଳ, ଜମି, ଘର, ରୋଜଗାର ସବୁ କିଛି ଚାଲିଯିବ । ଆପଣଙ୍କ ମାଆ ଭଉଣୀ ସୁରକ୍ଷିତ ରହିବେ ନାହିଁ । ପଡୋଶୀ ଛତିଶଗଡ଼ ଓ ଝାଡଖଣ୍ଡରେ ଯେଉଁ ଭଳି ବିଜେପି ଦୂରାବସ୍ଥା କରିଛି ତାହା ଏଠାରେ ନହେଉ । ଖରାପ ଦିନ ଆସିବାକୁ ଯାଉଛି ।" ନିଜ ଘରକୁ ତାଲା ପକାଇ ସୁରକ୍ଷିତ ରଖନ୍ତୁ ବୋଲି କହିଛନ୍ତି କଂଗ୍ରେସ ପ୍ରଭାରୀ । ଓଡ଼ିଶାବାସୀ କଂଗ୍ରେସ ଉପରେ ବିଶ୍ୱାସ ରଖନ୍ତୁ । କଂଗ୍ରେସ ଓଡିଶାବାସୀଙ୍କ ସହ ସବୁବେଳେ ରହିଛି ବୋଲି କହିଛନ୍ତି ଅଜୟ କୁମାର ।