ଆଗକୁ ଆହୁରି ଛାଡିବେ : ଶରତ ପଟ୍ଟନାୟକ

Feb 14, 2024 - 14:30
 4
ଆଗକୁ ଆହୁରି ଛାଡିବେ : ଶରତ ପଟ୍ଟନାୟକ

ଭୁବନେଶ୍ୱର : ଗୋଟିଏ ପଟେ ୨୦୨୪ ନିର୍ବାଚନ ପାଇଁ ଦଳକୁ ମଜଭୁତ କରିବା ତଥା ମୋଦୀ ସରକାରଙ୍କ ଦୁର୍ନୀତି ବିରୋଧରେ ଲୋକଙ୍କୁ ଅବଗତ କରିବା ପାଇଁ ରାହୁଲ ଗାନ୍ଧୀ ଭାରତ ଯୋଡ଼ ନ୍ୟାୟ ଯାତ୍ରା କରୁଥିବାବେଳେ ଏପଟେ ଜଣଙ୍କ ପରେ ଜଣେ କଂଗ୍ରେସ ନେତା ଦଳ ଛାଡ଼ୁଛନ୍ତି । ତେବେ କଂଗ୍ରେସରୁ ଅଂଶୁମାନ ମହାନ୍ତି  ଓ ନିହାର ମହାନନ୍ଦଙ୍କ ଇସ୍ତଫା ପ୍ରସଙ୍ଗରେ ପିସିସି ସଭାପତି ଶରତ ପଟ୍ଟନାୟକ ନିଜ ପ୍ରତିକ୍ରିୟା ରଖିଛନ୍ତି ।

ସେ କହିଛନ୍ତି ଯେ ଉୟଭ ବିଜେଡି, ବିଜେପି ଲିଙ୍କ୍‌ରେ ଅଛନ୍ତି ; ଆଗକୁ ଆହୁରି ଛାଡିବେ । ସେମାନେ ଗଲେ ବି କଂଗ୍ରେସର କିଛି କ୍ଷତି ହେବ ନାହିଁ । ସେମାନେ ଛାଡିଲେ ନୂଆଁ ମୁହଁକୁ ଆମେ ସୁଯୋଗ ଦେବୁ । ଆମ ପାଖକୁ ବିଜେଡି, ବିଜେପିରୁ ବି ନେତା ଆସୁଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ପ୍ରକାଶ ଯେ କେନ୍ଦ୍ରାପଡ଼ା ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି । ୨୦୧୪ରୁ ୨୦୧୯ ଯାଏ ରାଜନଗରର ବିଧାୟକ ଥିଲେ । ଏପିରିକି ନିକଟରେ ରାହୁଲ ଗାନ୍ଧିଙ୍କ ନ୍ୟାୟ ଯାତ୍ରାରେ ସକ୍ରିୟ ଭୂମିକା ନେଇଥିଲେ । କୁତ୍ରା, ବଡ଼ଗାଁ, ରାଉରକେଲା ଯାତ୍ରାରେ ଯୋଗ ଦେଇଥିଲେ। ପୂର୍ବତନ ବିଧାୟକ ନଳିନୀକାନ୍ତ ମହାନ୍ତିଙ୍କ ପୁଅ ଅଂଶୁମାନ ମହାନ୍ତି । ଏବେ କଂଗ୍ରେସ ସହିତ ଦୀର୍ଘ ଦିନ ଧରି ଥିବା ସଂପର୍କକୁ କାଟିଛନ୍ତି ଅଂଶୁମାନ ମହାନ୍ତି । କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ।

ସେହିପରି କଂଗ୍ରେସ ଛାଡିଛନ୍ତି ବରଗଡର ଟାଣୁଆ କଂଗ୍ରେସ ନେତା,ପୁର୍ବତନ ବିଧାୟକ ତଥା ବରଗଡ ଜିଲ୍ଲା କଂଗ୍ରେସର ପୁର୍ବତନ ସଭାପତି ନିହାର ରଞ୍ଜନ ମହାନନ୍ଦ । କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ନେଇ AICC ସଭାପତି ମଲ୍ଲିକାର୍ଜ୍ଜୁନ ଖଡଗେଙ୍କୁ ଚିଠି ଲେଖିଛନ୍ତି । ନିହାର ମହାନନ୍ଦ ୨୦୦୯ରୁ ୨୦୧୪ ପର୍ୟ୍ୟନ୍ତ ଅତାବିରା ସଂରକ୍ଷିତ ଆସନରୁ କଂଗ୍ରେସ ଦଳରୁ ବିଧାୟକ ଥିଲେ ।