ଏନଡିଏ ବୈଠକରେ କ’ଣ କହିଲେ ମୋଦୀ ଜାଣନ୍ତୁ

Jun 7, 2024 - 14:18
 5329
ଏନଡିଏ ବୈଠକରେ କ’ଣ କହିଲେ ମୋଦୀ ଜାଣନ୍ତୁ

ନୂଆଦିଲ୍ଲୀ: ଆଜି ଅନୁଷ୍ଠିତ ଏନଡିର ସଂସଦୀୟ ବୈଠକରେ ନରେନ୍ଦ୍ର ମୋଦୀ ସଂସଦୀୟ ଦଳର ନେତାଭାବେ ନିର୍ବାଚିତ ହୋଇଛନ୍ତି । ରାଜନାଥ ସିଂହ ପ୍ରଥମେ ମୋଦୀଙ୍କ ନାମ ପ୍ରସ୍ତାବ କରିଥିବାବେଳେ ଅମିତ ଶାହ ଓ ନୀତିନ ଗଡ଼କରୀ ଉକ୍ତ ପ୍ରସ୍ତାବକୁ ସମର୍ଥନ କରିଥିଲେ ।

ଏନଡିଏ ନେତା ନିର୍ବାଚିତ ହେବା ପରେ ନରେନ୍ଦ୍ର ମୋଦୀ ନିଜ ବକ୍ତବ୍ୟ ରଖି କହିଛନ୍ତି ଯେ ସର୍ବସମ୍ମତି କ୍ରମେ ମୋତେ ବାଛି ନୂଆ ଦାୟିତ୍ୱ ଦେଇଛନ୍ତି । ଏଥିପାଇଁ ମୁଁ ଆପଣଙ୍କ ପାଖରେ କୃତଜ୍ଞ । ଏନଡିଏ ଆଜି ୨୨ ରାଜ୍ୟରେ ସରକାର କରିବାର ମୌକା ପାଇଛି । ଆମ ମହାମେଣ୍ଡ ଭାରତର ଆତ୍ମାର ପ୍ରତିବିମ୍ବ । ଆଦିବାସୀ ବହୁଳ ୧୦ ରାଜ୍ୟ ମଧ୍ୟରୁ ୭ଟି ରାଜ୍ୟରେ ଏନଡିଏ ସରକାର । ଏନଡିଏ ଭଳି ଅନ୍ୟ କୌଣସି ପ୍ରି-ପୋଲ ଆଲାଏନ୍ସ ସଫଳ ହୋଇନାହିଁ । ଏନଡିଏ ହେଉଛି ସବୁଠୁ ସଫଳ ଆଲାଏନ୍ସ । ୩୦ ବର୍ଷ ହେଲାଣି ଏକ ଅର୍ଗାନିକ ଆଲାଏନ୍ସ ପାଲଟିଛି ଏନଡିଏ ।ଏନଡିଏ କଥା କହିଲା କ୍ଷଣି ଛାଁକୁ ଛାଁ ଗୁଡଗଭର୍ଣ୍ଣାନ୍ସ କଥା ମନକୁ ଆସିଯାଇଥାଏ । ଗରିବ କଲ୍ୟାଣ ଏନଡିଏ ଶାସନର କେନ୍ଦ୍ରସ୍ଥଳ ପାଲଟିଛି । ଆଗାମୀ ୧୦ ବର୍ଷରେ  ଗୁଡଗଭର୍ଣ୍ଣାନ୍ସ, ବିକାଶର ନୂଆ ଅଧ୍ୟାୟ ଖୋଲାଯିବ । ସମସ୍ତେ ମିଶି ବିକଶିତ ଭାରତ ସ୍ୱପ୍ନକୁ ସାକାର କରିକି ହିଁ ରହିବା । ସଂସଦରେ ଯେକୌଣସି ଦଳର ସାଂସଦ ମୋ ପାଇଁ ସମାନ । ମୋ ପାଖରେ ନିଜ ପର ଭେଦଭାବ ନାହିଁ । ସମସ୍ତେ ସମାନ ।