ୱାର୍ଡମେମ୍ବର ନିର୍ବାଚନ ଲଢିନାହାନ୍ତି, ମୋତେ ପଚାରୁଛନ୍ତି କରିଛି କ’ଣ: ଅପରାଜିତା
ଭୁବନେଶ୍ୱର: ୱାର୍ଡମେମ୍ବର ନିର୍ବାଚନ ଲଢିନାହାନ୍ତି, ମୋତେ ପଚାରୁଛନ୍ତି କରିଛି କ’ଣ । ଲୋକ ସ୍ଥିର କରିସାରିଛନ୍ତି ଏଥର ବିଜେପିକୁ ଭୋଟ ଦେବେ ବୋଲି ଅପରାଜିତା କହିଛନ୍ତି । ବିଭିନ୍ନ ନିର୍ବାଚନୀ ସଭାରେ ବିଜେଡି ନେତା ଭି.କେ ପାଣ୍ଡିଆନ ଭୁବନେଶ୍ୱର ସାଂସଦଙ୍କୁ ଟାର୍ଗେଟ କରିବା ପରେ ଏବେ ଶ୍ରୀମତୀ ଷଡ଼ଙ୍ଗୀ ଏହାର ପାଲଟା ଜବାବ ଦେଇ ଏଭଳି କହିଇଛନ୍ତି । ଏଥିସହ ଭି.କେ ପାଣ୍ଡିଆନଙ୍କୁ ନିଜର ସୀମା ଭିତରେ ରହିବକୁ ଶ୍ରୀମତୀ ଷଡ଼ଙ୍ଗୀ ପରାମର୍ଶ ଦେଇଛନ୍ତି ।
ସେ କହିଛନ୍ତି ଯେ ପାଣ୍ଡିଆନ ବାବୁ ଜାଣି ରଖିବା ଉଚିତ ଯେ ରାଜନୀତିରେ ବି ମର୍ଯ୍ୟାଦାପୂର୍ଣ୍ଣ ବ୍ୟବହାର କରାଯାଏ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାମକୁ ନେଇ ପାଣ୍ଡିଆନ ବାବୁ ନକରାତ୍ମକ ଟିପ୍ପଣୀ ନକରନ୍ତୁ । କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ଔକାତ ଓ ଦମ ଭଳି ଶବ୍ଦର ବ୍ୟବହାର ଠିକ ନୁହେଁ । ପୂର୍ବତନ ଆଇଏଏସ ଅଫସର ପାଣ୍ଡିଆନ ବାବୁଙ୍କୁ ଏହା ଶୋଭା ପାଉନି । ପାଣ୍ଡିଆନ ବାବୁ ସବୁବେଳେ ମୁଁ ସାଂସଦ ହିସାବରେ କ’ଣ କରିଛି ବୋଲି ପଚାରୁଛନ୍ତି । ତେବେ ତାଙ୍କର ଯଦି ସତସାହସ ଅଛି ତେବେ ବିଜେଡିର ୧୨ ଜଣ ସାଂସଦଙ୍କ ରିପୋର୍ଟ କାର୍ଡ ରଖନ୍ତୁ । ପ୍ରସନ୍ନ ପାଟ୍ଟଶାଣୀଙ୍କ ୨୫ ବର୍ଷର ରିପୋର୍ଟ କାର୍ଡ ଲୋକଙ୍କ ଆଗରେ ରଖନ୍ତୁ । ମୁଁ ଅଧିକାଂଶ ବିଜେଡତି ସାଂସଦଙ୍କୁ ଗୃହରେ ଦେଖିବାକୁ ପାଉନଥିଲି । ଭର୍ତ୍ତୃହରି ମହତାବ, ଅନୁଭବ ମହାନ୍ତି ଓ ପିନାକୀ ମିଶ୍ରଙ୍କ ଛଡ଼ା ଆଉ କାହାକୁ ଦେଖୁନଥିଲି । ଏମାନଙ୍କୁ ଟିକେଟ ନଦେଇ ବିଜେଡି ପୁରସ୍କାର ଦେଇଛି । ୱାର୍ଡମେମ୍ବର ନିର୍ବାଚନ ଲଢିନାହାନ୍ତି, ମୋତେ ପଚାରୁଛନ୍ତି କରିଛି କ’ଣ । ଲୋକ ସ୍ଥିର କରିସାରିଛନ୍ତି ଏଥର ବିଜେପିକୁ ଭୋଟ ଦେବେ ବୋଲି ଅପରାଜିତା କହିଛନ୍ତି ।