ଏସୀୟ କ୍ରୀଡାରେ ସ୍ୱର୍ଣ୍ଣ ପଦକ ସହ ଇତିହାସ ରଚିଲା ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌

Sep 26, 2023 - 03:30
 9
ଏସୀୟ କ୍ରୀଡାରେ ସ୍ୱର୍ଣ୍ଣ ପଦକ ସହ ଇତିହାସ ରଚିଲା ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍‌ ଦଳ ଏକ ଇତିହାସ ରଚିଛି । କାରଣ ଏସୀୟ କ୍ରୀଡାରେ ଭାରତୀୟ ମହିଳା ଟିମ୍‌ ପ୍ରଥମ ଥର ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଛି । ହରମାନପ୍ରୀତ କୌରଙ୍କ ନେତୃତ୍ୱରେ ଖେଳିଥବା ଟିମ୍‌ ଇଣ୍ଡିଆର ଖେଳାଳିମାନେ ଶ୍ରୀଲଙ୍କାକୁ ୧୯ ରନରେ ପରାସ୍ତ କରିଛନ୍ତି । ଏସୀୟ କ୍ରୀଡାରେ ଏହା ହେଉଛି ଭାରତର ୧୧ତମ ପଦକ । ଖେଳା ଯାଇଥିବା ମ୍ୟାଚ୍‌ରେ ୧୧୭ ରନ୍‌ ଟାର୍ଗେଟର ପିଛାକରି ଶ୍ରୀଲଙ୍କା ଟିମ୍‌ ୮ ଓ୍କିକେଟ୍‌ରେ ୯୭ ରନ୍‌ କରି ପାରିଥିଲେ । ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ ଏଥର ପ୍ରଥମ ଥର ପାଇଁ ଏସୀୟ କ୍ରୀଡାରେ ଭାଗ ନେଇଥିବା ବେଳେ ସ୍ୱର୍ଣ୍ଣ ପଦକ ଜିଣି ଦେଶ ପାଇଁ ଗୌରବ ହାସଲ କରିଛି ।
ଦ୍ୱିତୀୟ ପାଳି ଖେଳରେ  ଶ୍ରୀଲଙ୍କାର ପ୍ରଦର୍ଶନ ଆରମ୍ଭ ହିଁ ଖରାପ ହୋଇଥିଲା । ୧୪ ରନ୍‌ ଭିତରେ ହିଁ ଟିମ୍‌ ଶ୍ରୀଲଙ୍କାର ୩ଟି ୱିକେଟ୍‌ ପଡିଯାଇଥିଲା । ୩ ଓ୍କିକେଟ୍‌ ପତନ ପରେ ହସିଦୀ ପରେରା ତାଙ୍କ ଚେଷ୍ଟା ବଳରେ ଦଳକୁ ୫୦ ରନ୍‌ର ସ୍କୋର୍‌ ପର୍ଯ୍ୟନ୍ତି ଭିଡି ନେବାକୁ ସମର୍ଥ ହୋଇଥିଲେ । ସେ ସର୍ବାଧିକ ୨୫ ରନ୍‌ କରିଥିବା ବେଳେ ଶ୍ରୀଲଙ୍କା ବିଜୟ ଲାଭ କରି ପାରିନଥିଲା । 
ଏହାପୂର୍ବରୁ, ଏସୀୟ ଗେମ୍ସ-୨୦୨୩ରେ ୧୦ ମିଟର ପୁରୁଷ ଏୟାର ରାଇଫଲ ବର୍ଗରେ ଭାରତ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା । ଐଶ୍ୱର୍ଯ୍ୟ ପ୍ରତାପ ସିଂ ତୋମାର୍‌ ୧୦ ମିଟର ପୁରୁଷ ରାଇଫଲ ଫାଇନାଲ୍‌ ଇଣ୍ଡିଭିଜୁଆଲ୍‌ ଇଭେଣ୍ଟ୍‌ରେ ବ୍ରୋଞ୍ଜ ଜିତିଥିଲେ । ଏହାଛଡା ଆମ ଦେଶ ୨୫ ମିଟର୍‌ ରାପିଡ୍‌ ଫାୟାର୍‌ ପିସ୍ତଲରେ ବ୍ରୋଞ୍ଜ୍‌ ଜିତିଥିଲା । କେବଳ ସେତିକି ନୁହେଁ ନୌଚାଳନା ବା ରୋଇଂରେ ମଧ୍ୟ ଭାରତ ୨ଟି ବ୍ରୋଞ୍ଜ୍‌ ପଦକ ଜିତିଛି ।