ଛତିଶଗଡ଼ରେ କ୍ଷମତାସୀନ ହେବା ମାତ୍ରେ ଜାତିଭିତ୍ତକ ଜନଗଣନା କରିବ କଂଗ୍ରେସ: ରାହୁଲ ଗାନ୍ଧି

Sep 26, 2023 - 03:25
 4
ଛତିଶଗଡ଼ରେ କ୍ଷମତାସୀନ ହେବା ମାତ୍ରେ ଜାତିଭିତ୍ତକ ଜନଗଣନା କରିବ କଂଗ୍ରେସ: ରାହୁଲ ଗାନ୍ଧି

ବିଳାସପୁର: ପୁଣିଥରେ ଜାତିଭିତ୍ତିକ ଜନଗଣନା ସପକ୍ଷରେ ମତ ରଖିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ଜାତିଗତ ଜନ ଗଣନା ଦେଶର ଏକ୍ସ-ରେ । ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ଛତିଶଗଡର ବିଳାସପୁରରେ ଆଜି କ୍ଷମତାସୀନ କଂଗ୍ରେସ ପକ୍ଷରୁ ଆବାସ ନ୍ୟାୟ ସମ୍ମିଳନୀ ଆୟୋଜନ କରାଯାଇଥିଲା । ଏଥିରେ ରାହୁଲ ଗାନ୍ଧି ସମ୍ବୋଧନ କରିବା ବେଳେ କହିଛନ୍ତି ଯେ “ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିବା କ୍ଷଣି ଜାତିଭିତ୍ତିକ ଜନଗଣନା କରିବ । ଓବିସି, ଦଳିତ, ଆଦିବାସୀ ଓ ମହିଳାଙ୍କ ଭାଗିଦାରୀକୁ ନିଶ୍ଚିତ କରିବା ପାଇଁ ଏପରି କରାଯିବ । ଜାତିଗତ ଜନଗଣନା ଦେଶର ଏକ୍ସ-ରେ । ଏହା ପ୍ରତି ଜାତିର ଲୋକସଂଖ୍ୟାର ତଥ୍ୟ ଦେବେ । ଥରେ ଏହି ତଥ୍ୟ ସାର୍ବଜନୀନ ହେଲା ପରେ ସବୁ ସଂପ୍ରଦାୟର ଲୋକଙ୍କ ଯୋଗାଦାନକୁ ଉପଯୁକ୍ତ ସୁଯୋଗ ମିଳିବ ।” ସମ୍ଭବତଃ ଏହି କାରଣ ପାଇଁ ପ୍ରଧାନମନ୍ତ୍ରୀ ଏପରି ଏକ ପ୍ରକ୍ରିୟା ଆରମ୍ଭ କରିବାକୁ ଡରୁଛନ୍ତି କି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି । ଏହି ଅବସରରେ କଂଗ୍ରେସ କ୍ଷମତାରେ ଥିବା ବେଳେ ହୋଇଥିବା ଜାତିଭିତ୍ତିକ ଜନଗଣନାର ତଥ୍ୟ ବିଜେପି ସରକାର କାହିଁକି ସାର୍ବଜନୀନ କରୁ ନାହିଁ ବୋଲି ମଧ୍ୟ ରାହୁଲ ପ୍ରଶ୍ନ କରିଛନ୍ତି ।