ହତାଶ କର୍ମୀଙ୍କୁ ଉତ୍ସାହିତ କରିବାକୁ ଆସିଥିଲେ ଅମିତ ଶାହ:ଭୃଗୁ ବକ୍ସିପାତ୍ର

ବ୍ରହ୍ମପୁର: ହତାଶ ଓଡ଼ିଶା ବିଜେପି କର୍ମୀଙ୍କୁ ଉତ୍ସାହିତ କରିବାକୁ ଆସିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଅମିତ ଶାହଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପିକୁ ସମାଲୋଚନା କରି ଏପରି କହିଛନ୍ତି ବିଜେଡି ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର । ସେ କହିଛନ୍ତି, ରାଜ୍ୟ ବିଜେପି ନେତାଙ୍କ ଅପାରଗତା କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭଲଭାବେ ଜଣା । ୨୦୦୯ ମସିହାରୁ ଏଯାଏଁ ଓଡ଼ିଶାବାସୀଙ୍କ ବିଶ୍ବାସ ଜିତିପାରିନି ବିଜେପି । ରାଜ୍ୟ ନେତାମାନଙ୍କ ଉପରେ ଭରସା ପାଉନଥିବାରୁ କର୍ମୀଙ୍କୁ ଉତ୍ସାହିତ କରିବାକୁ ଶାହ ଓଡ଼ିଶା ଆସିଥିଲେ । କାରଣ ସେମାନେ ନିର୍ବାଚନ ଫଳାଫଳ କଣ ହେବ ସେକଥା ଜାଣିସାରିଲେଣି । ଏଣୁ ନିରାଶ କର୍ମୀଙ୍କ ମନରେ ଉତ୍ସାହିତ କରିବା ହିଁ ଓଡ଼ିଶା ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା ।
ସାରା ଦେଶରେ ନବୀନ ଓଡି଼ଶା ଏକ ମଡେଲ ଭାବେ ପରିଚିତ ହୋଇଛି । ସ୍ବାସ୍ଥ୍ୟ, ଶିକ୍ଷା, ରୋଜଗାର, କୃଷକଙ୍କ ଉନ୍ନତିରେ ଓଡ଼ିଶା ଅନ୍ୟ ରାଜ୍ୟମାନଙ୍କ ପାଇଁ ଉଦାହରଣ । ନବୀନଙ୍କ ନେତୃତ୍ବରେ ରାଜ୍ୟରେ ଦୃତ ବିକାଶ, ଦୃଢ ବିକାଶ, ନିରନ୍ତର ବିକାଶ ଚାଲିଛି । ସେଥିରେ କୌଣସି ବିରତି ଲାଗିନି । ଆଗକୁ ମଧ୍ୟ ଏହି ଧାରା ଜାରି ରହିବ ବୋଲି ଭୃଗୁ କହିଛନ୍ତି ।