ବିଜେପିଛାଡ଼ିଲେ ଆଲେକଜାଣ୍ଡାର ଦାସ

May 8, 2024 - 10:53
 5362
ବିଜେପିଛାଡ଼ିଲେ ଆଲେକଜାଣ୍ଡାର ଦାସ

ଯାଜପୁର : କୋରେଇ ବିଜେପିକୁ ପୁଣି ଝଟକା। ଦଳ ଛାଡ଼ିଲେ ପୂର୍ବତନ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ତଥା ବିଜେପି ନେତା ଆଲେକଜାଣ୍ଡାର ଦାସ। ଆଲେକଜାଣ୍ଡାରଙ୍କ ସମେତ ଶତାଧିକ ବିଜେପି କର୍ମୀ ମଧ୍ୟ ଦଳ ଛାଡ଼ିଛନ୍ତି। ଚଳିତ ନିର୍ବାଚନରେ କୋରେଇ ବିଧାନସଭା ଆସନ ପାଇଁ ବିଜେପି ଟିକେଟ ଆଶାୟୀ ଥିଲେ ଆଲେକଜାଣ୍ଡାର। ବିଜେପି ଜିଲ୍ଲା ସଭାପତି ଗୈାତମ ରାୟ ଏବଂ ଦଳର ବରିଷ୍ଠ ନେତୃତ୍ବଙ୍କ ମନମୁଖୀ କାର୍ୟ୍ୟକୁ ଦାୟୀ କରି ଦଳରୁ ଇସ୍ତଫା ଦେଇଛନ୍ତି ଆଲେକଜାଣ୍ଡାର।