ରାତିରେ ମହିଳାମାନେ କରିଥାନ୍ତି ଏମିତି କିଛି କାମ ଯାହା ସମଗ୍ର ପରିବାରକୁ ପକାଇଥାଏ ଅସୁବିଧାରେ

Feb 6, 2024 - 14:02
 3
ରାତିରେ ମହିଳାମାନେ କରିଥାନ୍ତି ଏମିତି କିଛି କାମ ଯାହା ସମଗ୍ର ପରିବାରକୁ ପକାଇଥାଏ ଅସୁବିଧାରେ

ଘରେ ମହିଳାମାନେ ଏମିତି କିଛି କାମ କରନ୍ତି ଯାହା ଜଣା ଅଜଣାରେ ଭୁଲ ହୋଇଥାଏ। ତେବେ ଏହା ପରିବାର ପାଇଁ କ୍ଷତିକାରକ ହୋଇଥାଏ। ଏହାର ପ୍ରଭାବ ଘର ଲୋକଙ୍କ ସ୍ୱାସ୍ଥ ଏବଂ ଆର୍ଥିକ ସ୍ଥିତି ଉପରେ ପଡିଥାଏ। ଜାଣନ୍ତୁ ଏମିତି କିଛି କାର୍ୟ୍ୟ ଯାହା ମହିଳା ମାନେ ରାତିରେ କରିବା ଅନୁଚିତ୍।

୧.ସୂର୍ୟ୍ୟଅସ୍ତ ପରେ ଘରଲୋକଙ୍କ ଛଡା ବାହାରର କେହି ଦହି ମାଗିଲେ ଦହି ଦିଆଯାଏ ନାହିଁ। କେହି ସ୍ତ୍ରୀ ଲୋକ ଏମିତି କଲେ ଘରୁ ଲକ୍ଷ୍ମୀ ଛାଡିଯାଆନ୍ତି।

୨.ରାତିରେ ଶୋଇବା ପୂର୍ବରୁ ରଷେଇ ଘର ସଫା କରିବା ଉଚିତ୍। କାରଣ ଏମିତି କରିବା ଦ୍ବାରା ଘରକୁ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ବୋଲି କୁହାଯାଏ।
୩.ଅଇଁଠା ବାସନ ରାତିରେ ଶୋଇବା ପୂର୍ବରୁ ଧୋଇ ରଖିବା ଉଚିତ୍। ଅଇଁଠା ବାସନ ରାତିରେ ରୋଷେଇ ଘରେ ରହିଲେ ଘରେ ଅଶାନ୍ତି ହୋଇଥାଏ। ଘର ଲୋକଙ୍କ ସ୍ୱାସ୍ଥ ଉପରେ ମଧ୍ୟ ଖରାପ ପ୍ରଭାବ ପଡିଥାଏ। ଏହା ସହ ଅଇଁଠା ବାସନ ରାତିରେ ରହିଲେ ଘରେ ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ। ଆଜିକାଲି ଅଧିକାଂଶ ଘରେ ମହିଳାମାନେ ଚାକର ଚାକରାଣିଙ୍କ ଦ୍ବାରା ଘରର ସବୁ କାମ କରାନ୍ତି। ତେଣୁ ଘରର ବାସନ ସଫା କରିବା ମଧ୍ୟ ସେମାନଙ୍କ ଉପରେ ନିର୍ଭର କରେ। ଏହି ପରିସ୍ଥିତିରେ ଚାକରାଣିଙ୍କ ଉପରେ ନିର୍ଭର ନକରି ରାତିରେ ଶୋଇବା ପୂର୍ବରୁ ବାସନ ଧୋଇଦେବା ଉଚିତ୍।

୪. ସାଧାରଣତଃ ମହିଳାମାନେ ରାତିରେ ନିଜର ସୁବିଧା ପାଇଁ କେଶ ଖୋଲି ଶୋଇବାକୁ ଭଲ ପାଆନ୍ତି। ତେବେ ରାତିରେ କେଶ ଖୋଲି ଶୋଇବା ଅନୁଚିତ୍। କାରଣ କେଶ ଖୋଲି ଶୋଇଲେ ଘରେ ନକରାତ୍ମକ ଶକ୍ତି ସଂଚାର ହୁଏ।

୫.ଘରେ ରାତିରେ ଶୋଇବା ପୂର୍ବରୁ ଟିକେ ଟିକେ ସୈନ୍ଧବ ଲବଣ ଓ କଳା ଲୁଣ ଖବରକାଗଜରେ ରଖି ସବୁ କକ୍ଷରେ ରଖିବା ଭଲ ବୋଲି କୁହାଯାଏ। ସପ୍ତାହରେ ଥରେ ଏହି ପ୍ରକ୍ରିୟାର ପାଳନ କରିବା ଉଚିତ୍। ପ୍ରଥମେ ସକାଳେ ଉଠି ଏହାକୁ ଏକା ସହ ଗୋଟେ ଅପରିଷ୍କାର ନାଳରେ ଫିଙ୍ଗିଲେ ଘରେ ଥିବା ନକରାତ୍ମକ ଶକ୍ତି ବାହାରିଯାଏ।