ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତି: ନିଯୁକ୍ତ ହେବେ ୧୦୬୫ ଅଧ୍ୟାପକ
ଭୁବନେଶ୍ବର: ରାଜ୍ୟର ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟଗୁଡ଼ିକରେ ବିଭିନ୍ନ ବିଷୟ ପାଇଁ ୧୦୬୫ ଅଧ୍ୟାପକ ନିଯୁକ୍ତି ଦିଆଯିବ। ଏନେଇ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ସମସ୍ତ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଏଥିପାଇଁ ଅନ୍ଲାଇନ୍ରେ ଆବେଦନ ଗ୍ରହଣ କରାଯିବ। ଆସନ୍ତା ୧୧ ତାରିଖରୁ ଅନ୍ଲାଇନ୍ ଆବେଦନ ଆରମ୍ଭ ହେବ। ଅକ୍ଟୋବର ୧୩ ଆବେଦନ କରିବାର ଶେଷ ତାରିଖ। ଷ୍ଟେଟ୍ ସିଲେକ୍ସନ୍ ବୋର୍ଡ ୱେବ୍ସାଇଟ୍ରେ ଆସନ୍ତା ୧୧ ତାରିଖରୁ ଏହାର ବିସ୍ତୃତ ସୂଚନା ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରେ ବହୁ ସଂଖ୍ୟାରେ ଅଧ୍ୟାପକ ପଦ ଖାଲିପଡ଼ିଛି। ଯାହାଫଳରେ ପାଠପଢ଼ା ବାଧାପ୍ରାପ୍ତ ହେଉଛି।