ବଡ଼ ଖବର: ଦିଲ୍ଲୀ ଯିବେ ୨୨ ବିଜେପି ବିଧାୟକ

Oct 12, 2023 - 09:33
 12
ବଡ଼ ଖବର: ଦିଲ୍ଲୀ ଯିବେ ୨୨ ବିଜେପି ବିଧାୟକ

ଭୁବନେଶ୍ୱର: ରାଜ୍ୟରେ ଏବେ ବିଜେପି ଓ ବିଜେଡି ମଧ୍ୟରେ ଟକରାଟକରି ପରିସ୍ଥିତି । ରାଜ୍ୟର ବିଭିନ୍ନ ଦୁର୍ନୀତି ପ୍ରସଙ୍ଗକୁ ନେଇ ବିଜେପି ନେତାମାନେ ରାଜ୍ୟ ବିଜେଡି ସରକାରଙ୍କୁ ଘେରୁଥିବାବେଳେ ବିଜେଡି ବି ଜବାବ ରଖୁଛି । ତେବେ ଏହା ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା  ଓଡ଼ିଶାର ୨୨ଜଣିଆ ବିଜେପି ବିଧାୟକ ଦଳ ଦିଲ୍ଲୀ ଯିବେ ।  ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ୨୨ଜଣ ବିଧାୟକ ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଛି । ତେବେ ସେମାନେ କେଉଁ ଦିନ ଯିବେ ସେ ନେଇ କୌଣସି ତାରିଖ ସ୍ଥିର ହୋଇନଥିବାବେଳେ ଖୁବଶୀଘ୍ର ଯିବା ନେଇ ସୂଚନା ମିଳିଛି ।  ସମ୍ପୃକ୍ତ ବିଧାୟକ ଦଳ ଦିଲ୍ଲୀ ଯାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶାରେ ଦୁର୍ନୀତି ବାବଦରେ ଇଡି ଓ ସିବିଆଇ ତଦନ୍ତ ଦେଇ ଆଲୋଚନା ହେବ ବୋଲି ଜଣାଯାଇଛି । ଏହାଛଡ଼ା  ଜେ.ପି ନଡ୍ଡାଙ୍କୁ ଭେଟି ସମ୍ପୃକ୍ତ ବିଧାୟକମାନେ ଳସଂଗଠନ ବାବଦରେ ମଧ୍ୟ ଆଲୋଚନା କରିବେ ବୋଲି ଜଣାଯାଇଛି ।