ବିଧାନସଭା କିପରି ନ ଚାଲିବ ଶାସକ ଦଳ ଚକ୍ରାନ୍ତ କରୁଛି:ଜୟ ନାରାୟଣ

Sep 30, 2023 - 10:03
 9
ବିଧାନସଭା କିପରି ନ ଚାଲିବ ଶାସକ ଦଳ ଚକ୍ରାନ୍ତ କରୁଛି:ଜୟ ନାରାୟଣ

ଭୁବନେଶ୍ୱର: ଶାସକ ଦଳ ଉପରକୁ ଯେତେବେଳେ ସଙ୍କଟ ଆସୁଛି ସେତେବେଳେ ଗୃହକୁ ବନ୍ଦ କରି ଦିଆଯାଉଛି।। ବାଚସ୍ପତି ସର୍ବଦଳୀୟ ବୈଠକ ଡାକୁ ନାହାଁନ୍ତି। କୌଣସି ସମାଧାର ସୂତ୍ର ବାହାର କରୁ ନାହାନ୍ତି। ଗୃହ କିପରି ଚାଲିବ ତାର ବ୍ୟବସ୍ଥା କରୁନାହାନ୍ତି ବିଧାନସଭା ଆରମ୍ଭରୁ ଗୃହ ମୁଲତବି ହେବା ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର।

ସେ ଆହୁରି କହିଛନ୍ତି, ତିନି ଦିନ ତଳେ ବିଧାନସଭା ଚାଲିବା ନେଇ ବାଚସ୍ପତି ସର୍ବ ଦଳୀୟ ବୈଠକ ଡାକିଥିଲେ। ବିଧାନସଭା ଚାଲିବା ପାଇଁ ବିଜେପି, କଂଗ୍ରେସ ଓ ବିଜେଡି ପକ୍ଷରୁ ସହମତି ମିଳିଥିଲା। ବୈଠକ ହେବାର ପରଦିନ ବିଧାନସଭା ଚାଲିବାରୁ ଶାସକ ଦଳ ପକ୍ଷରୁ ଗୃହରେ ହଟ୍ଟଗୋଳ କରାଯାଇଥିଲା। ବିଧାନସଭା ଚାଲିପାରି ନଥିଲା। ଏଇଥିରୁ ଜଣାପଡ଼ୁଛି ବିଧାନସଭା କିପରି ନ ଚାଲିବ ଶାସକ ଦଳ ଚକ୍ରାନ୍ତ କରୁଛି। ବିରୋଧୀ ଦଳ ନେତା କହିଛନ୍ତି, ଆମେ କୌଣସି ବିଷୟରେ ଗୃହରେ ଉପସ୍ଥାପିତ କଲେ, ତାକୁ ବିଧାନସଭା ବିବରଣୀରୁ ବାଦ ଦିଆଯାଉଛି। ହେଲେ ଶାସକ ଦଳ ବ୍ୟକ୍ତି ଗତ ଆରୋପ ଲଗାଇଲେ ମଧ୍ୟ ତାକୁ ବିବରଣୀରୁ ବାଦ ଦିଆଯାଉ ନାହିଁ। ବାଚସ୍ପତି ଦଳୀୟ ଭାବନାରୁ ଊର୍ଦ୍ଧ୍ୱରେ ରହିବା କଥା। ସମସ୍ତଙ୍କୁ ସାଙ୍ଗରେ ନେଇ ବିଧାନସଭାକୁ ସୁରୁଖୁରୁରେ ଚଳାଇବା କଥା। ହେଲେ ତାହା ହୋଇପାରୁ ନାହିଁ। ବିଧାନସଭାର ବାଚସ୍ପତି ଶାସକ ଦଳର କଣ୍ଢେଇ ଭାବେ ବ୍ୟବହାର କରୁଛନ୍ତି।