ଆସନ୍ତା ଅକ୍ଟୋବର ୧୦ରେ ରାଜ୍ୟରେ ବସ୍ ଧର୍ମଘଟ
ଭୁବନେଶ୍ବର : ଆସନ୍ତା ୧୦ତାରିଖରେ ସାରା ରାଜ୍ୟରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବସ ଧର୍ମଘଟ । ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ ଯୋଜନାକୁ ବିରୋଧ କରି ଏହି ଧର୍ମଘଟ ହେବ । ଅଲ ଓଡିଶା ବସ ମାଲିକ ସଙ୍ଘର ସାଧାରଣ ପରିଷଦ ବୈଠକରେ ବୁଧବାର ଏଭଳି ନିଷ୍ପତ୍ତି ନିଆଯାଇଛି ।
ଆସନ୍ତା ୨ତାରିଖରେ ମାଲକାନଗିରିରେ ଏହି ଯୋଜନାର ଶୁଭାରମ୍ଭ ହେବାକୁ ଯାଉଛି । ଏଣୁ ଉକ୍ତ ଦିନ ଅବିଭକ୍ତ କୋରାପୁଟ ଜିଲ୍ଲାରେ ୨୪ଘଣ୍ଟିଆ ବସ୍ ଚଳାଚଳ ବନ୍ଦ ରହିବ । ବାହାର ଜିଲ୍ଲାରୁ କୌଣସି ବସ୍ ସେହି ୪ଜିଲ୍ଲା ତଥା କୋରାପୁଟ, ମାଲକାନଗିରି, ଜୟପୁର ଏବଂ ନବରଙ୍ଗପୁରକୁ ଯିବ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।
ଲକ୍ଷ୍ମୀ ବସ୍ ଯୋଜନା ଆରମ୍ଭ ପୂର୍ବରୁ ବସ୍ ମାଲିକ ସଙ୍ଘ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଅନେକ ଦାବି ରଖିଛି । ସେହି ଦାବି ପୂରଣ ନ କଲେ ବସ୍ ଧର୍ମଘଟ ହେବ ବୋଲି ଅଲ୍ ଓଡ଼ିଶା ବସ୍ ମାଲିକ ସଙ୍ଘ ବୈଠକରେ ନିଷ୍ପତ୍ତି ନେବା ସହ ସରକାରଙ୍କୁ ଚରମ ବାଣୀ ଶୁଣାଇଛି ।