ଆଶ୍ଚର୍ୟ୍ୟଜନକ ତଥ୍ୟ:ଅନଲାଇନରେ ମିଳୁଛି ଡ୍ରଗ୍ସ

Dec 14, 2023 - 05:49
 3
ଆଶ୍ଚର୍ୟ୍ୟଜନକ ତଥ୍ୟ:ଅନଲାଇନରେ ମିଳୁଛି ଡ୍ରଗ୍ସ

ଭୁବନେଶ୍ବର: ଅନଲାଇନରେ ମିଳୁଛି ଡ୍ରଗ୍ସ । ଏହି ଆଶ୍ଚର୍ୟ୍ୟଜନକ ତଥ୍ୟ ପଦାକୁ ଆସିବା ପରେ ରାଜ୍ୟ ସରକାରଙ୍କ ନିଶା ମୁକ୍ତ ଭାରତ ଅଭିଯାନ କମିଟିର ପ୍ରଥମ ରାଜ୍ୟସ୍ତରୀୟ ବୈଠକରେ ଉଦବେଗ ପ୍ରକାଶ କରାଯାଇଛି । ଧରପକଡ଼କୁ କଡ଼ାକଡ଼ି କରିବା ସହ ଜିଲ୍ଲାସ୍ତରୀୟ ନଶା ମୁକ୍ତ ଭାରତ ଅଭିଯାନ କମିଟି ଗଠନ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ନିଶା ନିବାରଣ ପାଇଁ ସ୍ବତନ୍ତ୍ର ସେଲ ଗଠନ କରିବାକୁ ଚିନ୍ତା କରିଛନ୍ତି ରାଜ୍ୟ ସରକାର । ଅନଲାଇନ ଫୁଡ ଡେଲିଭରି ସଂସ୍ଥା ପାଖରେ ପ୍ୟାକେଟ ଯାଞ୍ଚ କରିବାର ସୁଯୋଗ ନଥାଏ । ଯେଉଁଥି ପାଇଁ ସେମାନେ ପାଲଟି ଯାଆନ୍ତି ଡ୍ରଗ୍ସ ମାଫିଆ ଓ ଯୁବ ପିଢିଙ୍କ ମଧ୍ୟରେ କନେକ୍ଟିଂ ଲିଙ୍କ୍ । ନିଶା ମୁକ୍ତ ଭାରତ ଅଭିଯାନ କମିଟିର ପ୍ରଥମ ରାଜ୍ୟସ୍ତରୀୟ ବୈଠକରେ ଏହି ଚିନ୍ତାଜନକ ତଥ୍ୟ ପ୍ରଦାନ କରିଛନ୍ତି କମିଟି ସଦସ୍ୟ ତଥା ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶି । ପୂର୍ବରୁ ବ୍ରାଉନ ସୁଗାର ଓ କୋକେନ ପରି ଡ୍ରଗ୍ସ କେବଳ ସହରୀ ନିଶା ଥିଲା । ହେଲେ ଗାଁ ଗହଳିର ଯୁବ ପିଢି ବି ଡ୍ରଗ୍ସ ସେବନକୁ ଆକୃଷ୍ଟ ହେଲେଣି । ଏପରିକରି ଡଗ୍ସ ଇଞ୍ଜିନିଅରିଂ କଲେଜ ଛାତ୍ରଛାତ୍ରୀଙ୍କ ପାଖରେ ସୀମିତି ରହିନି । ସବୁ କଲେଜରେ ବ୍ୟାପକ ହେଲାଣି ଡ୍ରଗ୍ସ କାରବାର । ଭାରତକୁ ନଶା ମୁକ୍ତ କରିବା ପାଇଁ ନଶା ମୁକ୍ତ ଭାରତ ଅଭିଯାନ କମିଟିକୁ ଯୁବ ପିଢ଼ିଙ୍କ ସମେତ ଶିକ୍ଷାନୁଷ୍ଠାନ ଯାଇ ସଚେତନ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଖୁବ୍ ଶୀଘ୍ର ନିଶା ମୁକ୍ତ ଭାରତ ଅଭିଯାନ ନିଶା ନିବାରଣ ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ଯାଉଛି । ଯାହାକୁ କାର୍ୟ୍ୟକାରୀ କରିବା ପାଇଁ ନଶା ମୁକ୍ତ ଭାରତ ଅଭିଯାନ କମିଟିର କିଛି ସଦସ୍ୟଙ୍କୁ ନେଇ ସ୍ବତନ୍ତ୍ର ସେଲ୍ ଗଠନ କରିବେ ରାଜ୍ୟ ସରକାର । ଏଥିରେ ଏନଜିଓମାନଙ୍କ ବି ସହାୟତା ନିଆଯିବ । ଯେଉଁମାନେ ମୁଖ୍ୟତଃ ସଚେତନତା କାର୍ୟ୍ୟକ୍ରମ କରିବା ସହ ଶିକ୍ଷାନୁଷ୍ଠାନର ୧୦୦ ମିଟର ଯାଉ ସିଗାରେଟ ବିକ୍ରି ନ ହେବା ଦିଗରେ ପଦକ୍ଷେପ ନେବେ । ଜିଲ୍ଳା ସ୍ତରରେ ବି କମିଟି ଗଠନ କରାଯିବ। ୧୦ ଜିଲ୍ଲାରେ କମିଟି ଗଠନ ସରିଛି । ବାକି ୨୦ ଜିଲ୍ଲାରେ ବି ଖୁବ୍ ଶୀଘ୍ର କମିଟି ଗଠନ କରାଯିବ।