୬ ବର୍ଷୀୟ ମୁସଲ୍‌ମାନ୍‌ ବାଳକକୁ ୨୬ ଥର ଛୁରି ଭୁସି ହତ୍ୟା

Oct 16, 2023 - 07:08
 6
୬ ବର୍ଷୀୟ ମୁସଲ୍‌ମାନ୍‌ ବାଳକକୁ ୨୬ ଥର ଛୁରି ଭୁସି ହତ୍ୟା

ଭୁବନେଶ୍ବର: ଜଣେ ୬ ବର୍ଷିୟ ମୁସଲ୍‌ମାନ୍‌ ବାଳକକୁ ୨୬ ଥର ଛୁରି ଭୁସି ହତ୍ୟା କରିଥିବା ଜଣେ ଆମେରିକୀୟ ଘର ମାଲିକଙ୍କୁ ରବିବାର ଦିନ ନରହତ୍ୟା ଓ ବର୍ଣ୍ଣବିଦ୍ବେଷ ଅପରାଧରେ ଅଭିଯୁକ୍ତ କରାଯାଇଛି। ଏହି ଆକ୍ରମଣ ଇସ୍ରାଏଲ୍‌ ଓ ହମାସ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ସହିତ ସମ୍ପୃକ୍ତ ଥିବା କଥା ପୁଲିସ କହିଛି।

ଶନିବାର ଦିନ ଇଲିନୟର ଉକ୍ତ ୭୧ ବର୍ଷିୟ ଘର ମାଲିକ ଜୋସେଫ୍ ଚୁବା ଜଣେ ୩୨ ବର୍ଷୀୟ ମହିଳା ଓ ଜଣେ ୬ ବର୍ଷିୟ ବାଳକକୁ ବହୁବାର ଛୁରି ମାରିଥିଲେ। ୨୬ ଥର ଛୁରି ଭୁସା ଖାଇଥିବା ଉକ୍ତ ବାଳକର ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା। କିନ୍ତୁ, ତା’ର ମାଆ ବୋଲି ମନେହେଉଥିବା ୩୨ ବର୍ଷୀୟ ଆହତ ମହିଳାଜଣକ ବଞ୍ଚିଯିବେ ବୋଲି ଆଶା।

ୱିଲ୍‌ କାଉଣ୍ଟି ସେରିଫ୍‌ ଅଫିସ୍‌ ଜାରି କରିଥିବା ବିବୃତିରେ ଉ‌ଲ୍ଲେଖ ଅଛି, ମୁସଲ୍‌ମାନ୍‌ ହୋଇଥିବାରୁ ଏବଂ ମଧ୍ୟପ୍ରାଚ୍ୟରେ ହମାସ୍‌ ଓ ଇସ୍ରାଏଲୀୟଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ସନ୍ଦିଗ୍ଧ ଉକ୍ତ ମହିଳା ଓ ଶିଶୁକୁ ଅମାନୁଷିକ ଭାବେ ଆକ୍ରମଣ କରିଥିବା କଥା ଗୁଇନ୍ଦାମାନେ ସୁନିଶ୍ଚିତ କରିଛନ୍ତି।