ପୁଣି ଥରେ ପ୍ରକାଶ ପାଇବ ଛବିଳ 'ମଧୁ ବର୍ଣ୍ଣବୋଧ'

Sep 2, 2023 - 07:41
 2
ପୁଣି ଥରେ ପ୍ରକାଶ ପାଇବ ଛବିଳ 'ମଧୁ ବର୍ଣ୍ଣବୋଧ'

ଭୁବନେଶ୍ୱର:  ପୁଣି ଥରେ ପ୍ରକାଶ ପାଇବ ଛବିଳ 'ମଧୁ ବର୍ଣ୍ଣବୋଧ' । ଏନେଇ ଅଦଲାତ ନିର୍ଦ୍ଦେଶ ଦେଇଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମୋଦନ ମିଳିସାରିଛି । ଏହି ଦାୟିତ୍ବ ପୁଣିଥରେ ସଂସ୍କୃତି ବିଭାଗ ଓଡ଼ିଆ ଭାଷା ପ୍ରତିଷ୍ଠାନକୁ ଦିଆଯାଇଛି । ପ୍ରାଥମିକ ବିଦ୍ୟାଳୟ ସହ ବିଚ୍ଛିନ୍ନାଞ୍ଚଳରେ ଏହାକୁ ବଣ୍ଟନ କରାଯିବ ।  ଛାତ୍ରଛାତ୍ରୀ ପୁଣି 'ମଧୁ ବର୍ଣ୍ଣବୋଧ' ପଢିବେ ପୂର୍ବରୁ ଯାହା ସବୁଥିଲା ତାହା ପୁସ୍ତକରେ ସଂକଳିତ କରାଯିବାକୁ ଅଦଲାତ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସେହି ଆଧାରରେ କାର୍ୟ୍ୟ କରାଯିବ ।

ପ୍ରଥମ ପର୍ୟ୍ୟାୟରେ ୫୦ ହଜାର ବହି କଟକର ସରକାରୀ ପ୍ରେସରେ ଛପାଯିବ । ମୂଳ ରଚନାକୁ ବାଦ ଦିଆନଯାଇ ଛପା ହେବ । ଏହାର ରୂପରେଖ କିଭଳି ରହିବ ଏ ସମ୍ପର୍କରେ ଏକ କମିଟି ଗଠନ କରାଯିବ । କମିଟି ନିଷ୍ପତ୍ତି ଅନୁସାରେ ପୁସ୍ତକ ଛପାଯିବ । ଭକ୍ତକବି ମଧୁସୂଦନ ରାଓଙ୍କ ଏହି ଅନନ୍ୟ ସୃଷ୍ଟିର ମୂଳ ପ୍ରକାଶନକୁ ବାଦ୍‌ ଦେଇ ନୂଆ କରି ଛାପା ଯାଇଥିବାରୁ କିଛି ବୁଦ୍ଧିଜୀବୀ ଏହା ଉପରେ ଆପତ୍ତି ଉଠାଇବା ସହ ମାମଲା ଅଦାଲତରେ ପହଞ୍ଚିଥିଲା ୨୦୧୪ରୁ ଏନେଇ ବିବାଦ ଦେଖା ଦେଇଥିଲା । 

ଏବେ ଏହାର ମୁଦ୍ରଣ ଦାୟିତ୍ବ ଓଡ଼ିଆ ଭାଷା ପ୍ରତିଷ୍ଠାନକୁ ଦିଆଯିବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ବାହାରେ ରହୁଥିବା ଓଡ଼ିଆ ଏଣିକି ଓଡ଼ିଆ ପଢିବେ । ଏଥିପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି । ପ୍ରଥମରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ଓଡ଼ିଆ ପୁସ୍ତକ ପ୍ରସ୍ତତି କରାଯିବା ଓଡ଼ିଆ ଭାଷା ପ୍ରତିଷ୍ଠାନ ସହିତ ଓକେସିଏଲ ମିଳିତ ସହଯୋଗରେ ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯିବ ।