ରାଜ୍ୟରେ ଆହୁରି ୪୮ ଘଣ୍ଟା ଗୁଳୁଗୁଳି

ଭୁବନେଶ୍ୱର:ଆହୁରି ୪୮ ଘଣ୍ଟା ରାଜ୍ୟରେ ଗୁଳୁଗୁଳିରୁ ନିସ୍ତାର ନାହିଁ ।ଦୁର୍ବଳ ମୌସୁମୀ ପ୍ରବାହ ପାଇଁ ଉପକୂଳ ଓଡ଼ିଶାରେ ଦିନରେ ତାପମାତ୍ରା ବୃଦ୍ଧି ପାଉଛି । ଦିନ ତାପମାତ୍ରା ସ୍ବାଭାବିକ ଠାରୁ ୩ ରୁ ୪ ଡ଼ିଗ୍ରୀ ଅଧିକ ରହିଥିବା ରେକର୍ଡ ହୋଇଛି । ଆର୍ଦ୍ରତା ଦିନ ତମାମ ୬୦% କିମ୍ବା ଅଧିକ ରହୁଥିବାରୁ ଗୁଳୁଗୁଳି ଲାଗିରହୁଛି । ଯେ ପର୍ୟ୍ୟନ୍ତ ବର୍ଷା ନହୋଇଛି ସେପର୍ୟ୍ୟନ୍ତ ଏମିତି ପାଗ ଲାଗି ରହିବ ବୋଲି ସୂଚାଇଛି ପାଣିପାଗ ବିଭାଗ ।
ସେପଟେ ଆସନ୍ତା ୩ ତାରିଖରୁ ବଦଳିବ ପାଗ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିଭଳି ଆସନ୍ତା ୨୪ ଘଣ୍ଟାରେ ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ବାଲେଶ୍ୱର ଭଦ୍ରକ, ଯାଜପୁର ସମେତ ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।