ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟରୁ ଶିକ୍ଷକ ମହାସଂଘକୁ ଡାକରା
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟରୁ ଶିକ୍ଷକ ମହାସଂଘକୁ ଡାକରା ହୋଇଛି। ଆସନ୍ତା ୨୩ ତାରିଖରେ ମହାସଂଘ ସହ ଆଲୋଚନା ହେବ। ମନ୍ତ୍ରୀସ୍ତରୀୟ ବୈଠକରେ ଶିକ୍ଷକ ମହାସଂଘ ସାମିଲ ହୋଇଥିଲା।
ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ, ଫେଡରସନ୍, ୫-ଖାରବେଳନଗର, ୟୁନିଟ୍-୩ ଭୁବନେଶ୍ୱର (ହରିପୁର ରୋଡ କଟକ,) ଡାକରେ ପ୍ରାଥମିକ ଶିକ୍ଷକମାନେ ଆନ୍ଦୋଳନରେ ସାମିଲ ହୋଇଥିଲେ। ସରକାରଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ୧୮ତାରିଖ ଠାରୁ ସ୍ଥଗିତ ରହିଛି। ଆସନ୍ତା ୨୩ ତାରିଖ ସନ୍ଧ୍ୟା ୫ଟା ସମୟରେ ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଲୋଚନା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅନୁଷ୍ଠିତ ହେବ । ଏ ନେଇ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ, ଫେଡେରେ ସନ୍ ର ମହାସଚିବ ଚାରୁଲତା ମହାପାତ୍ର ସୂଚନା ଦେଇଛନ୍ତି।