ଯାଜପୁରରେ ୫-ଟି ସଚିବ

Sep 1, 2023 - 08:37
 5
ଯାଜପୁରରେ ୫-ଟି ସଚିବ

ଯାଜପୁର: ୫-ଟି ସଚିବଙ୍କ ଯାଜପୁର ଗସ୍ତର ଆଜି ତୃତୀୟ ଦିନ । ସକାଳୁ ୫-ଟି ସଚିବ ଭିକେ ପାଣ୍ଡିଆନ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କୁ ଦର୍ଶନ କରିଛନ୍ତି । ମାଆ ବିରଜଙ୍କ ଆଶୀର୍ବାଦ ନେଇଛନ୍ତି ୫-ଟି ସଚିବ । ଏଥିସହ ମନ୍ଦିର ଚତୁଃପାର୍ଶ୍ବ ପରିଦର୍ଶନ କରି ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟ ବୁଲି ଦେଖିଛନ୍ତି । ମନ୍ଦିର ସେବାୟତଙ୍କ ସହ ଆଲୋଚନା କରିଥିଲେ । ପରେ ପାନ୍ଥନିବାସ ପରିସରରେ ଥିବା ଅତ୍ୟାଧୁନିକ ମିଶନ ଶକ୍ତି କାଫେ ବୁଲି ଦେଖିବା ସହ ମହିଳାମାନଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି । ପରେ ଯାଜପୁର ପୌରପାଳିକା ଅନ୍ତର୍ଗତ ମିଶନ ଶକ୍ତି ଭଵନରେ ପହଞ୍ଚି ମହିଳାମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ନେଉଥିବା ପଦକ୍ଷେପ ସମ୍ପର୍କରେ ସଚେତନ କରିଥିଲେ । ଏଥିସହ ଯାଜପୁରରେ ନିର୍ମାଣଧୀନ ମେଡ଼ିକାଲ କଲେଜ ପହଞ୍ଚି ପରିଦର୍ଶନ କରିଥିଲେ । ଆଜି ଯାଜପୁର ଗସ୍ତର ଅନ୍ତିମ ଦିବସ ଗସ୍ତରେ ୫-ଟି ସଚିବଙ୍କର ଯାଜପୁର ଜିଲ୍ଲାର ବରୀ, ସୁକିନ୍ଦା ଏବଂ କୋରେଇ ନିର୍ବାଚନ ମଣ୍ଡଳୀରେ ଅଭିଯୋଗ ଶୁଣାଣି କାର୍ୟ୍ୟକ୍ରମ ରହିଛି ।