ସୋମବାର ମୁଖ୍ୟମନ୍ତ୍ରୀ କାର୍ୟ୍ୟାଳୟ ସହ ବାର୍ତ୍ତାଳାପ କରିବେ ଛାତ୍ରଛାତ୍ରୀ
ଭୁବନେଶ୍ୱର: ସୋମବାର ମୁଖ୍ୟମନ୍ତ୍ରୀ କାର୍ୟ୍ୟାଳୟ ସହ ବାର୍ତ୍ତାଳାପ କରିବେ ଛାତ୍ରଛାତ୍ରୀ । ଏଥିପାଇଁ ଜନତା ମଇଦାନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ସୂଚନା ଅନୁଯାୟୀ, ୫-ଟି ସଚିବ ଭି.କେ. ପାଣ୍ଡିଆନ୍ କାର୍ୟ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିବେ । କାର୍ୟ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର ଯୁକ୍ତ ୨ ଓ ଡିଗ୍ରୀ କଲେଜର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଡିଇଓ କାର୍ୟ୍ୟାଳୟ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । କାର୍ୟ୍ୟକ୍ରମର ସୁପରିଚାଳନା ପାଇଁ ଖୋର୍ଦ୍ଧା ଜିଲ୍ଲାର ୧୬୦ଜଣ ଅଫିସରଙ୍କୁ ବିଭିନ୍ନ ଦାୟିତ୍ୱ ବଣ୍ଟନ କରାଯାଇଛି । ଏହାର ତଦାରଖ କରିବା ଲାଗି ୧୬ ଜଣ ବରିଷ୍ଠ ଶିକ୍ଷା ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଏନେଇ ଆସନ୍ତା କାଲି କ୍ୟାପିଟାଲ୍ ହାଇସ୍କୁଲ୍ ପରିସରରେ ଏକ ପ୍ରସ୍ତୁତି ବୈଠକ କରାଯିବ ।