ଆଜିଠୁ ଭୁବନେଶ୍ବରରୁ ଗୌହାଟୀକୁ ଡାଇରେକ୍ଟ ଫ୍ଲାଇଟ୍

Oct 29, 2023 - 06:06
Oct 29, 2023 - 06:11
 7
ଆଜିଠୁ ଭୁବନେଶ୍ବରରୁ ଗୌହାଟୀକୁ ଡାଇରେକ୍ଟ ଫ୍ଲାଇଟ୍

ଭୁବନେଶ୍ବର: ଓଡ଼ିଶା ସହ ସିଧାସଳଖ ଯୋଡ଼ି ହେବ ଗୌହାଟୀ । ଆଜିଠାରୁ ଚାଲିବ ଡାଇରେକ୍ଟ ଫ୍ଲାଇଟ୍ । ଏହାସହ ଉତ୍ତର-ପୂର୍ବ ରାଜ୍ୟ ସହ ଯୋଡ଼ି ହେବାକୁ ଯାଉଛି ଓଡ଼ିଶା ।ସପ୍ତାହର ସବୁଦିନ ଇଣ୍ଡିଗୋ ଯୋଗାଇବ ବିମାନ ସେବା । ଦେଢ ଘଣ୍ଟାରେ ଭୁବନେଶ୍ୱରରୁ ଗୌହାଟୀ ପହଞ୍ଚିବେ ଯାତ୍ରୀ । ଆଗକୁ ଜମ୍ମୁ, ଚଣ୍ଡିଗଡ ଓ ସୁରଟକୁ ସିଧାସଳଖ ଉଡିପାରେ ବିମାନ । ଯାତ୍ରୀଙ୍କ ଆବଶ୍ୟକତାକୁ ଦେଖି ଏୟାରପୋର୍ଟ କର୍ତ୍ତୃପକ୍ଷ ନେବେ ନିଷ୍ପତ୍ତି । ଯାତ୍ରୀଙ୍କ ଭିଡକୁ ଦେଖି ଯୋଜନା କରୁଛନ୍ତି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର କର୍ତ୍ତୃପକ୍ଷ ।

ପୂର୍ବରୁ ଓଡ଼ିଶା ସହ ଯୋଡି ହୋଇଛି ୨୦ଟି ଡେଷ୍ଟିନେସନ । ଦୈନିକ ୧୩ ହଜାରରୁ ଅଧିକ ଯାତ୍ରୀ କରୁଛନ୍ତି ଯିବା ଆସିବା । ଗୌହାଟୀକୁ ସିଧା ବିମାନ ସେବାରେ ଖୁସି ପ୍ରକଟ କରିଛନ୍ତି ଯାତ୍ରୀ । ଏଣିକି ସମୟ ବଞ୍ଚିବା ସହ କାମ ସହଜ ହେବ ବୋଲି କହିଛନ୍ତି ଯାତ୍ରୀ ।