ଭାରତର ପ୍ରଥମ ମହିଳା ଟ୍ରକ୍ ମେକାନିକ୍
ଦିନ ହେଉ ବା ରାତି ଅସଜ ଟ୍ରକ୍କୁ ସଜାଡିବା ପାଇଁ କଠିନ ଶାରୀରିକ ପରିଶ୍ରମ କରିବାକୁ ପଡିଥାଏ । ଆଉ ଏହି ପରିଶ୍ରମ କରିବା ପାଇଁ ମାନସିକ ଭାବେ ପ୍ରସ୍ତୁତ ରହିବା ମଧ୍ୟ ଦରକାର । ତେଣୁ ଏହି କାର୍ଯ୍ୟରେ ସାଧାରଣତଃ ପୁରୁଷମାନେ ନିୟୋଜିତ ଥାଆନ୍ତି । ତେବେ ପୁରୁଷର ଏ ଦୁର୍ଗରେ ଶାନ୍ତି ଦେବୀ ପ୍ରଥମେ ପ୍ରବେଶ କରିଥିଲେ ଆଉ ପ୍ରମାଣିତ କରିିଥିଲେ ଯେ ମହିଳାଟିଏ ମଧ୍ୟ ଏଭଳି କଠିନ ପରିଶ୍ରମ କରିବାକୁ ସମର୍ଥ । ରାଜଧାନୀ ଦିଲ୍ଲୀର ସଞ୍ଜୟ ଗାନ୍ଧୀ ଟ୍ରାନ୍ସପୋର୍ଟ ନଗରରେ ରହିଛି ଷାଠିଏ ବର୍ଷିଆ ଶାନ୍ତି ଦେବୀଙ୍କ ଗ୍ୟାରେଜ୍? । ଏଠାରେ ଟ୍ରକ୍ ଟାୟାର୍ର ପମ୍ପଚର ମରାଯିବା ଏବଂ ମରାମତି ସହ ଇଞ୍ଜିନ୍ କାମ ମଧ୍ୟ କରାଯାଇଥାଏ ।
ଆପଣ ଜାଣିଲେ ଚକିତ ହୋଇଯିବେ ଭାରତର ପ୍ରଥମ ମହିଳା ଟ୍ରକ୍ ମକାନିକ୍ ହେଉଛନ୍ତି ଷାଠିଏ ବର୍ଷିଆ ଶାନ୍ତି ଦେବୀ । ଗ୍ୱାଲିୟର୍ର ଏକ ଆର୍ଥିକ ଅନଗ୍ରସର ପରିବାରରେ ତାଙ୍କର ଜନ୍ମ । ଛୋଟମୋଟ କାମ କରି ସେ ନିଜ ପରିବାର ପ୍ରତିପୋଷଣ କରୁଥିଲେ । ଚାରି ହଜାର ଟଙ୍କା ସଞ୍ଚୟ ରାଶିରେ ସେ ବିବାହ କରିଥିଲେ । ସଂସାର ସୁରୁଖୁରୁରେ ଚାଲିଥିବା ବେଳେ ମଧ୍ୟପ୍ରଦେଶର ଜେସି ମିଲ୍?ସରେ ଅଗ୍ନିକାଣ୍ଡ ଘଟିବାରୁ ସେଠାରେ ତାଙ୍କ ସ୍ୱାମୀଙ୍କର ଦେହାନ୍ତ ହୋଇଯାଇଥିଲା । ସେତେବେଳକୁ ତାଙ୍କର ଚାରିଟି ସନ୍ତାନ ଥିଲେ । ପିଲାମାନଙ୍କ ଲାଳନପାଳନ ପାଇଁ ସେ ଚିନ୍ତିତ ଥିଲେ ମାତ୍ର ମାନସିକ ଭାବେ ଦୃଢ ଥିଲେ । ସେ ରାମ ବାହାଦୁରଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ତାଙ୍କ ଦ୍ୱିତୀୟ ପତିଙ୍କର ମଧ୍ୟ ଚାରିଟି ସନ୍ତାନ ଥିଲେ । ପ୍ରଥମେ ଶାନ୍ତି ଚା’ ଦୋକାନ ଆରମ୍ଭ କଲେ । ସେତେବେଳେ ରାମ ବାହାଦୁର ରିକ୍ସା ଚଳାଇ ପରିବାର ପ୍ରତିପୋଷଣ କରୁଥିଲେ । ଚା’ ଦୋକାନରୁ ଦି’ପଇସା ଭଲ ରୋଜଗାର ହେବାରୁ ତାଙ୍କ ସ୍ୱାମୀ ରିକ୍ସା ଚଳାଇବା ଛାଡି ତାଙ୍କୁ ଦୋକାନ କାମରେ ସହଯୋଗ କରିଥିଲେ । କିଛି ବର୍ଷ ପରେ ପତି-ପତ୍ନୀ ସେମାନଙ୍କ ସଞ୍ଚିତ ଅର୍ଥରୁ ଟ୍ରକ୍? ମରାମତି ଦୋକାନଟିଏ ଆରମ୍ଭ କରିଥିଲେ ।
ପ୍ରଥମେ ପ୍ରଥମେ ବାହାଦୁର ସବୁ କଠିନ କାମ କରୁଥିଲେ ସେତେବେଳେ ଶାନ୍ତି ତାଙ୍କୁ କିଛି କିଛି ସହଯୋଗ କରୁଥିଲେ ମାତ୍ର ଦିନକୁ ଦିନ ବ୍ୟବସାୟ ବଢିବାରୁ ଶାନ୍ତି ଟ୍ରକ୍ ମରାମତି କରିବା କାର୍ଯ୍ୟ ଶିଖିବା ଆରମ୍ଭ କଲେ । ବାହାଦୁର ତାଙ୍କୁ ଟ୍ରକ୍ ଟାୟାର୍ ଓ ଇଞ୍ଜିନ୍ ଆଦିର ମରାମତି କାର୍ଯ୍ୟ ଶିଖାଇଥିଲେ । ସେ ନିଜେ ମଧ୍ୟ ସ୍ୱାମୀଙ୍କର କାର୍ଯ୍ୟକୁ ନିଷ୍ଠାର ସହ ନିରୀକ୍ଷଣ କରୁଥିଲେ । ସେ ଟ୍ରକ୍ ସଜାଡୁଥିବା ଦେଖି ବାଟରେ ଯାଉଥିବା ଲୋକେ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥାନ୍ତି । ମାତ୍ର ଶାନ୍ତି ଦେବୀ ନିଷ୍ଠାର ସହ କାମ କରିଚାଲନ୍ତି । ସେ କହନ୍ତି, ‘‘ମୁଁ ଟ୍ରକ୍ରୁ ଟାୟାର୍ କାଢି ତାକୁ ସଜାଡୁଥିବାର ଦେଖି ଲୋକେ ମୋତେ ଆଶ୍ଚର୍ଯ୍ୟ ହୋଇ ଚାହିଁଥାନ୍ତି । କାମରେ କୌଣସି ବାଛବିଛାର ନଥାଏ । ଏଇ କାମଟି କେବଳ ପୁରୁଷ ହିଁ କରିବେ, ନାରୀ କରିପାରିବେ ନାହିଁ- ଏ ଭାବନା ମୋର ନାହିଁ । ମୋ ହୃଦୟ ଯାହା ଚାହେଁ ମୁଁ ସେଇଆ ହିଁ କରିଥାଏ ।’’ କଠିନ କାର୍ଯ୍ୟ କରିବା ବେଳେ ସେ ବହୁବାର ଆଘାତପ୍ରାପ୍ତ ହୋଇଛନ୍ତି । ନିଜ ଉପରେ ଥିବା ଦୃ? ବିଶ୍ୱାସ ତାଙ୍କୁ ଏହି କାର୍ଯ୍ୟରେ ନିରନ୍ତର ଲାଗି ରହିବା ନିମନ୍ତେ ପ୍ରେରଣା ଦେଇଛି । ଇତିମଧ୍ୟରେ ସେ ଟ୍ରକ୍ ମେକାନିକ୍ ଭାବେ କାର୍ଯ୍ୟ କରିବାର ପଇଁତିରିଶ ବର୍ଷ ଅତିକ୍ରମ କରିଗଲାଣି । କିିଛିବର୍ଷ ତଳେ ତାଙ୍କର ସ୍ୱାମୀଙ୍କର ହୃଦ୍ଘାତରେ ମୃତ୍ୟୁ ଘଟିଛି । ଏବେ ସେ ଏକା ହୋଇଯାଇଛନ୍ତି, ମାତ୍ର ଏହି କାମରୁ ସେ ବିରତି ନେଇ ନାହାନ୍ତି । ସେ ମନେକରନ୍ତି, ଜୀବନ ଏକ ସଂଘର୍ଷ, ଏହି ସଂଗ୍ରାମ ଦୃଢତାର ସହ ଲଢିବା ଦରକାର । ସଞ୍ଜୟ ଗାନ୍ଧୀ ଟ୍ରାନ୍ସପୋର୍ଟ ନଗରରେ ଏବେ ପାଖାପାଖି ପଚାଶ ମହିଳା କାମ କରୁଛନ୍ତି । ତେବେ ସେହି ମହିଳାମାନେ ଚା’ ଦୋକାନ ବା ଢାବା ପରି ସାଧାରଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି । କରିବାର ପଇଁତିରିଶ ବର୍ଷ ଅତିକ୍ରମ କରିଗଲାଣି । କିିଛିବର୍ଷ ତଳେ ତାଙ୍କର ସ୍ୱାମୀଙ୍କର ହୃଦ୍ଘାତରେ ମୃତ୍ୟୁ ଘଟିଛି । ଏବେ ସେ ଏକା ହୋଇଯାଇଛନ୍ତି, ମାତ୍ର ଏହି କାମରୁ ସେ ବିରତି ନେଇ ନାହାନ୍ତି । ସେ ମନେକରନ୍ତି, ଜୀବନ ଏକ ସଂଘର୍ଷ, ଏହି ସଂଗ୍ରାମ ଦୃଢତାର ସହ ଲଢିବା ଦରକାର । ସଞ୍ଜୟ ଗାନ୍ଧୀ ଟ୍ରାନ୍ସପୋର୍ଟ ନଗରରେ ଏବେ ପାଖ?ାପାଖି ପଚାଶ ମହିଳା କାମ କରୁଛନ୍ତି । ତେବେ ସେହି ମହିଳାମାନେ ଚା’ ଦୋକାନ ବା ଢାବା ପରି ସାଧାରଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ମାତ୍ର ଏବେ ବି ଶାନ୍ତି ଦେବୀ ଟ୍ରକ୍ ମେକାନିକ୍ ଭାବେ ଏଠାରେ ଏକମାତ୍ର ମହିଳା ।