୩ଟି ମନ୍ଦିରରୁ ଲୁଟ୍ କଲେ ଦୁର୍ବୃତ୍ତ
ଜଳେଶ୍ଵର: ମନ୍ଦିରରୁ ସିରିଜ ଲୁଟ୍ କଲେ ଦୁର୍ବୃତ୍ତ । ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ମହାଗବ ପଞ୍ଚାୟତରେ ଥିବା ୩ ଟି ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ସିରିଜ୍ ଲୁଟ ହୋଇଛି। ମା’ ମଙ୍ଗଳା ମନ୍ଦିର, ବାସୁଳୀ ମନ୍ଦିର, ତାରେଣୀ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଆସବା ପତ୍ର ବିଳମ୍ବିତ ରାତିରେ ଲୁଟି ନେଇଛନ୍ତି ଦୁର୍ବୁତ୍ତ। ଖବର ପାଇ ଘଟଣା ସ୍ଥଳରେ କମର୍ଦ୍ଦା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।