କଡା ସୁରକ୍ଷା ବଳୟରେ ଅଯୋଧ୍ୟା, ୧୩,୦୦୦ ସୁରକ୍ଷା କର୍ମୀ ନିୟୋଜିତ

Jan 22, 2024 - 14:51
 9
କଡା ସୁରକ୍ଷା ବଳୟରେ ଅଯୋଧ୍ୟା, ୧୩,୦୦୦ ସୁରକ୍ଷା କର୍ମୀ ନିୟୋଜିତ

ନୂଆଦିଲ୍ଲୀ: ଶହ ଶହ ବର୍ଷ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି, ବନବାସ ସାରି ଅଯୋଧ୍ୟା ଫେରୁଛନ୍ତି ପ୍ରଭୁ ଶ୍ରୀରାମ।  ଭବ୍ୟ ମନ୍ଦିରରେ ବିରାଜିବେ ପ୍ରଭୁ। ଏଥିପାଇଁ ସମଗ୍ର ଅଯୋଧ୍ୟା ନଗରୀ ରାମମୟ ହୋଇଯାଇଛି। 
ଦିନ ୧୨ଟା ୨୦ରୁ ପ୍ରାଣ ପ୍ରତିଷ୍ଠା ସମାରୋହ କାର୍ୟ୍ୟକ୍ରମ ଆରମ୍ଭ ହେବ। ରାତି ପ୍ରାୟ ଗୋଟାଏରେ ସମାପନ ହେବ। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ଦିର ନିକଟରେ ଶତାଧିକ ଭକ୍ତ, ବହୁ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସମେତ ୭,୦୦୦ ରୁ ଅଧିକ ଲୋକଙ୍କ ସମାବେଶକୁ ସମ୍ବୋଧିତ କରିବେ। ଏହି ସମୟରେ, ଲକ୍ଷ ଲକ୍ଷ ଲୋକ ଟେଲିଭିଜନ ତଥା ଅନ୍ୟ ଅନଲାଇନ୍ ପ୍ଲାଟଫର୍ମ ମାଧ୍ୟମରେ କାର୍ୟ୍ୟକ୍ରମକୁ ସିଧାସଳଖ ଦେଖିପାରିବେ। ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ପ୍ରାୟ ୧୩,୦୦୦ ସୁରକ୍ଷା କର୍ମୀ  ନିୟୋଜିତ ହୋଇଛନ୍ତି। ଆଣ୍ଟି-ବମ୍ବ ଏବଂ ଡଗ୍ ସ୍କ୍ୱାଡ ବ୍ୟବସ୍ଥା କରାଯାଇଛି। ଜରୁରୀ ଆବଶ୍ୟକତା ପାଇଁ ରାମ ମନ୍ଦିର ନିକଟରେ ଜାତୀୟ ବିପର୍ୟ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ)ର ଏକ ଶିବିର ସ୍ଥାପନ କରାଯାଇଛି। 

ଉତ୍ତର ପ୍ରଦେଶ ଡିଜି ପ୍ରଶାନ୍ତ କୁମାର କହିଛନ୍ତି ଯେ, ୧୩,୦୦୦ ସୈନ୍ୟ ବାହିନୀ ବ୍ୟତୀତ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଚାଳିତ ସିସିଟିଭି ନିୟୋଜିତ କରାଯାଇଛି। ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମନିଟରିଂ ପାଇଁ ଅଯୋଧ୍ୟାରେ ଆଣ୍ଟି ଡ୍ରୋନ୍ ଟେକ୍ନୋଲୋଜିରେ ନିର୍ମିତ ୧୦,୦୦୦ ସିସିଟିଭି କ୍ୟାମେରା ଲଗାଯାଇଛି।

ଲତା ମଙ୍ଗେଶକର ଚୌକରେ ରାପିଡ୍ ଆକ୍ସନ୍ ଫୋର୍ସ (ଆରପିଏଫ୍) କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।