ଆଜି ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି
atal bihari bajpayee
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଆଜି ପଞ୍ଚମ ପୁଣ୍ୟତିଥି । ନୂଆଦିଲ୍ଲୀ ସ୍ଥିତ ସଦୈବ ଅଟଳ ସମାଧିପୀଠରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନକଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ରାଜନେତା ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ମନେ ପକାଇ ମାଲ୍ୟାର୍ପଣ କରିଛନ୍ତି ।
ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ, ଲୋକସଭା ବାଚସ୍ପତି ଓମ ବିର୍ଲା ପ୍ରମୁଖ ନେତା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପିଏମ୍ ମୋଦି ଟ୍ୱିଟ୍ କରି ଲେଖିଛନ୍ତି, ଅଟଳ ବିହାରୀ ବାଜପେୟୀ ଭାରତୀୟ ରାଜନୀତିରେ ଉତ୍ତମ ଶାସନର ସୁବର୍ଣ୍ଣ ଯୁଗ ଆରମ୍ଭ କରିଥିଲେ । ଭାରତର ବିକାଶ ଯାତ୍ରାରେ ତାଙ୍କର ଅବଦାନ ଅବିସ୍ମରଣୀୟ। ଆଜି ତାଙ୍କ ମୃତ୍ୟୁ ବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ବୋଲି ମୋଦି କହିଛନ୍ତି । ୨୦୧୮ ଅଗଷ୍ଟ ୧୬ରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ଅଟଳ ବିହାରୀ ବାଜପେୟୀ । ସେ ୧୯୯୬ରୁ ୨୦୦୪ମସିହା ମଧ୍ୟରେ ତିନିଥର ଭାରତର ପ୍ରଧାନମନ୍ତ୍ରୀ ଦାୟିତ୍ବ ତୁଲାଇଛନ୍ତି ।