ଏନଡିଏ ଓ ବିଜେପି ଠାରୁ ଅଲଗା ହେଲା ଏଆଇଏଡିଏମକେ

Sep 26, 2023 - 03:37
Sep 26, 2023 - 03:37
 4
ଏନଡିଏ ଓ ବିଜେପି ଠାରୁ ଅଲଗା ହେଲା ଏଆଇଏଡିଏମକେ

ଚେନ୍ନାଇ : ୨୦୨୪ ନିର୍ବାଚନ ପୂର୍ବରୁ ବିଜେପିକୁ ଲାଗିଛି ବଡ ଝଟକା । ତାମିଲନାଡୁର ଅଖିଳ ଭାରତୀୟ ଆନ୍ନା ଦ୍ରାବିଡ଼ ମୁନେତ୍ରା କଜଗମ (ଏଆଇଏଡିଏମକେ) ସୋମବାର ବିଜେପି ଏବଂ ନ୍ୟାସନାଲ ଡେମୋକ୍ରାଟିକ୍‌ ଆଲାଏନ୍ସ(ଏନଡିଏ)ସହିତ ସମ୍ପର୍କକୁ ଶେଷ ହୋଇଛି ବୋଲି ସ୍ପଷ୍ଟ କରିଛି । ପାର୍ଟି ଡେପୁଟି ସଂଯୋଜକ କେ.ପି ମୁନୁସାମି ଏହି ସରକାରୀ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଏଆଇଏଡିଏମକେ ସର୍ବସମ୍ମତି କ୍ରମେ ଏକ ସଂକଳ୍ପ ପାରିତ କରିଛି । ସୋମବାର ବସିଥିବା ଏଆଇଏଡିଏମକେ ବୈଠକରେ ଏ ନେଇ ଏକ ପ୍ରସ୍ତାବ ଗୃହୀତ ହୋଇଛି । ଆଜିଠାରୁ ବିଜେପି ଏବଂ ଏନଡିଏ ମିଳିତ ମଞ୍ଚ ସହ ଏଆଇଏଡିଏମକେ ସମସ୍ତ ସମ୍ପର୍କ ଭାଙ୍ଗୁଛି । ଏହାର ବଡ କାରଣ ହେଉଛି ବିଚାରଗତ ବୈଷମ୍ୟ । ଗତ ଏକ ବର୍ଷ ଧରି ବିଜେପିର ରାଜ୍ୟ ନେତୃତ୍ୱ ଆମର ପୂର୍ବତନ ନେତା, ଆମର ସାଧାରଣ ସମ୍ପାଦକ ଇପିଏସ୍‌ (ଇଡାପାଡି ପଲାନିସ୍ୱାମୀ) ଏବଂ ଆମ କର୍ମୀମାନଙ୍କ ଉପରେ ଅନାବଶ୍ୟକ ମନ୍ତବ୍ୟ ଦେଉଛନ୍ତି । କିଛି ଦିନ ହେବ ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଏନ ଆନ୍ନା ଦୁରାଇ ଏବଂ ତାମିଲନାଡ଼ୁ ବିଜେପି ମୁଖ୍ୟ କେ.ଆନ୍ନାମଲାଇଙ୍କ ମଧ୍ୟରେ ତିକ୍ତତା ତଥା ବିବାଦୀୟ ମନ୍ତବ୍ୟ ଲାଗି ରହିଥିଲା  । ୧୯୫୬ ମସିହାରେ ମଦୁରାଇରେ ଏକ କାର୍ଯ୍ୟକ୍ରମରେ ଅନ୍ନଦୁରାଇ ହିନ୍ଦୁ ଧର୍ମକୁ ଅପମାନିତ କରିଥିବା ଅଭିଯୋଗ ହେବା ପରେ ଅନ୍ନାମଲାଇଙ୍କ ମନ୍ତବ୍ୟ ଏକ ବିବାଦ ସୃଷ୍ଟି କରିଥିଲା ।