କାକୁଡ଼ିରେ ତ୍ୱଚା ଯତ୍ନ

Apr 26, 2024 - 11:52
 5117
କାକୁଡ଼ିରେ ତ୍ୱଚା ଯତ୍ନ

 ଖରାଦନେ କାକୁଡ଼ି ଖାଇବା ଦେହ ପାଇଁ ଯେତିକି ଉପକାରୀ , ତ୍ୱଚାକୁ ମଧ୍ୟ ପୋଷଶ ଯୋଗାଇଥାଏ । ଖରାଦିନେ ତ୍ୱଚା ମଳିନ ପଡ଼ିଲେ କାକୁଡ଼ିକୁ ବିଭିନ୍ନ ଉପାୟରେ ତ୍ୱଚାରେ ପ୍ରୟୋଗ କରିହେବ ।

କାକୁଡ଼ିକୁ ଫାଳେ କାଟି ସେଥିରେ ଚିମୁଟାଏ ହଳଦୀ ପକାଇ ପୂରା ମୁହଁ,ବେକ , ହାତ ଓ ପାଦରେ ମାଲିସ୍ କରନ୍ତୁ । ପ୍ରତିଦିନ ଖରାରୁ ଆସିବା ପରେ ଏହି ଉପାୟ କଲେ ତ୍ୱଚାରେ ଚମକ ଆସିଥାଏ । 

ଗୋଟିଏ କାକୁଡ଼ିକୁ ଭଲଭାବେ ବାଟି ତା ରସକୁ ବାହାର କରି ସେହି ରସକୁ ସ୍ପ୍ରେ ବୋତଲରେ ଭର୍ତି କରି ଫ୍ରିଜରେ ରଖନ୍ତୁ । ସକାଳେ, ସନ୍ଧ୍ୟାରେ ଟୋନର ଭଳି ମୁହଁରେ ଲଗାଇପାରିବେ । କିଛିଦିନ ଏଇ ରସ ଲଗାଇବା ପରେ ଦାଗ ଓ ବ୍ରଣ କମ୍ ହେବ ।

ଖରାଦିନେ କାକୁଡ଼ି ରସକୁ ସ୍ନାନ ଜଳରେ ମିଶାଇ ଗାଧୋଇଲେ ଭାରି ଫୁର୍ତି ଲାଗେ । ବାଲଟିଏ ପାଣିରେ ଅଧକପ୍ କାକୁଡ଼ି ରସ ମିଶାଇ ଗାଧୋଇଲେ ଝାଳର ଦୁର୍ଗନ୍ଧ ବି ଦୂୂର ହୋଇଥାଏ । 

କାକୁଡ଼ିକୁ ବାଟି ତାକୁ ମୁହଁରେ ଲଗାଇ ୧୫ ମିନିଟ ବିଶ୍ରାମ ନେବେ । ତ୍ୱଚା ମଳିନତା ଦୂର କରିଥାଏ । ଅଟା ୨ ଚାମଚରେ କାକୁଡ଼ି ରସ ମିଶାଇ ପୁରା ଶରୀରରେ ଲଗାନ୍ତୁ । ଶୁଖିବା ପରେ ଧୋଇନେବେ , ଦେଜ୍ଝଖିବେ ତ୍ୱଚାରେ ଚମକ ଆସିଯିବ