କିଟ୍ ଇଞ୍ଜିନିୟରିଂ କଲେଜ ହଷ୍ଟେଲ୍ରେ ପିଲାଙ୍କ ଖାଦ୍ୟରୁ ମୃତ ବେଙ୍ଗ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି (କିଟ୍) ଇଞ୍ଜିନିୟରିଂ କଲେଜ ହଷ୍ଟେଲ ଖାଦ୍ୟରୁ ମୃତ ବେଙ୍ଗ ବାହାରିବାକୁ ନେଇ ଉତ୍ତେଜନା । ହଷ୍ଟେଲର ଜଣେ ଛାତ୍ର ସୋସିଆଲ୍ ମିଡିଆରେ ଫଟୋ ପୋଷ୍ଟ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ, ଜଣେ ଛାତ୍ର ଏକ୍ସ(ପୂର୍ବର ଟ୍ୱିଟର)ରେ ଖାଦ୍ୟରୁ ବାହାରିଥିବା ବେଙ୍ଗ ଫଟୋ ପୋଷ୍ଟ କରିଛନ୍ତି । ସେ ଏହି ପୋଷ୍ଟରେ ଲେଖିଛନ୍ତି, "ଖାଇବାରୁ ଏପରି ମୃତ ବେଙ୍ଗ ଦେଶର ୪୨ତମ ସ୍ଥାନରେ ଥିବା କିଟ୍ ଇଞ୍ଜିନିୟରିଂ କଲେଜରୁ ବାହାରିଛି । ଅଭିଭାବକମାନେ ନିଜ ପିଲାମାନଙ୍କ ଡିଗ୍ରୀ ପାଇଁ ପ୍ରାୟ ୧୭.୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏଠାକୁ ପଠାନ୍ତି । କିନ୍ତୁ କଲେଜ ହଷ୍ଟେଲରେ ଏଭଳି ଖାଦ୍ୟ ପରିବେଷଣ କରାଯାଏ । ଏସବୁ ପରେ ପ୍ରଶ୍ନ କରା ଯେ ଭାରତର ଛାତ୍ରଛାତ୍ରୀ ଉନ୍ନତ ଶିକ୍ଷା ଏବଂ ସୁବିଧା ପାଇଁ ଅନ୍ୟ ଦେଶକୁ କାହିଁକି ଯାଆନ୍ତି । ତେବେ କର୍ତ୍ତୃପକ୍ଷଙ୍କ ତରଫରୁ ଖାଦ୍ୟ ଯୋଗାଉଥିବା ସଂସ୍ଥାର ଗୋଟିଏ ଦିନର ସମସ୍ତ ଅର୍ଥ ନଦେବାକୁ ନିଷ୍ପତ୍ତି ନେଇଥିବା ମଧ୍ୟ ଉକ୍ତ ଛାତ୍ର ଜଣଙ୍କ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ।