ଘରକୁ ମୂଷା ଆସୁଛନ୍ତି କି ? ଆପଣାନ୍ତୁ ଏହି ଘରୋଇ ଉପାୟ

ଘରେ ମୂଷାଙ୍କ କାରଣରୁ ଅସୁବିଧାରେ ପଡୁଛନ୍ତି କି । ସେମାନଙ୍କୁ ଘଉଡାଇବା ପାଇଁ ଚାହାନ୍ତି କି । ମୂଷାମାନେ ଘରେ ସବୁଠାରୁ ଅଧିକ ଖରାପ କରିଥାନ୍ତି ପୋଷାକ ଏବଂ ଖାଦ୍ୟଶସ୍ୟ । ଏଥିରୁ ମୁକ୍ତି ପାଇବା ପାଇଁ ଲୋକମାନେ ଔଷଧଠାରୁ ଆରମ୍ଭ କରି ଯନ୍ତା ବସେଇଥାନ୍ତି ।
ମୂଷାମାନେ ଘରେ କେବଳ ପୋଷାକ ଏବଂ ଖାଦ୍ୟଶସ୍ୟ ନଷ୍ଟ କରେନି ବରଂ ଏମାନେ ଅନେକ ରୋଗର କାରଣ ମଧ୍ୟ ହୋଇଥାନ୍ତି । ଯଦି ଆପଣଙ୍କ ଘରେ ବି ମୂଷା ଅଛନ୍ତି ଆଉ ଏମାନଙ୍କୁ ଘରୁ ବାହାର କରିବାକୁ ଚାହୁଁଛନ୍ତି ତେବେ ଔଷଧ ଓ ଯନ୍ତା ବ୍ୟତୀତ ଆପଣାନ୍ତୁ କିଛି ଘରୋଇ ଜିନିଷ । ଯେଉଁଥିରେ ମୂଷାଙ୍କ ଠାରୁ ମିଳିବ ମୁକ୍ତି ।
ଫିଟକରୀ ପାଉଡରକୁ ପାଣିରେ ମିଶାଇ ସ୍ର୍ପେ ବୋତଲରେ ଭର୍ତ୍ତି କରନ୍ତୁ । ଆଉ ଯେଉଁଠିକୁ ମୂଷାମାନେ ବାରମ୍ବାର ଆସନ୍ତି ସେହି ସ୍ଥାନରେ ଲଗାତର କିଛି ଦିନ ସ୍ର୍ପେ କରନ୍ତୁ । ଏପରି କରିବା ଦ୍ବାରା ମୂଷାମାନେ ଏଠାକୁ ଆସିବେନି । କର୍ପୁର ପାଉଡରକୁ ମାଟି ଦୀପରେ ଘରର ମୂଷା ଆସୁଥିବା ସ୍ଥାନରେ ରଖି ଦିଅନ୍ତୁ । କିଛି ଦିନ ମଧ୍ୟରେ ଧୀରେ ଧୀରେ ମୂଷା ଘରକୁ ଆସିବା ବନ୍ଦ ହୋଇଯିବ ।
ଯଦି ଆପଣ ଘରୁ ମୂଷାମାନଙ୍କୁ ଘଉଡାଇବାକୁ ଚାହାଁନ୍ତି, ତେବେ ପିମ୍ପରମେଣ୍ଟକୁ ପାଣିରେ ମିଶାଇ ଏକ ସ୍ପ୍ରେ ତିଆରି କରନ୍ତୁ । ଆଉ ଏହାକୁ ମୂଷା ରହୁଥିବା ସ୍ଥାନରେ ସ୍ପ୍ରେ କରନ୍ତୁ । ଏପରି କରିବା ଦ୍ବାରା ମୂଷାମାନେ ଆଉ ଘରକୁ ଆସିବେନି । ମୂଷାମାନେ ସେହି ସ୍ଥାନକୁ ଅଧିକ ଆସନ୍ତି ଯେଉଁଠାରେ ଖାଦ୍ୟ ସାମଗ୍ରୀ ରହିଥାଏ । ଏଥିପାଇଁ ଭୁଲରେ ବି ଖାଦ୍ୟଶସ୍ୟକୁ ଖୋଲା ରଖନ୍ତୁନି, ଆଉ ପରିଷ୍କାର ପରିଚ୍ଛନ୍ନତାର ଯତ୍ନ ନିଅନ୍ତୁ ।