ଚୀନ୍‌ରେ ଆରମ୍ଭ ହେଲା ଏସୀୟ କ୍ରୀଡା ୨୦୨୩  

Sep 23, 2023 - 16:23
 3
ଚୀନ୍‌ରେ ଆରମ୍ଭ ହେଲା ଏସୀୟ କ୍ରୀଡା ୨୦୨୩  

ହାଙ୍ଗଜୋ: ଚୀନ୍‌ର ହାଙ୍ଗଜୋଠାରେ ଏସୀୟ କ୍ରୀଡ଼ା ୨୦୨୩ ଆରମ୍ଭ ହୋଇଛି । ଉଦଘାଟନୀ ଉତ୍ସବରେ ଭାରତୀୟ ହକି ଦଳର ଅଧିନାୟକ ହରମନପ୍ରୀତ ସିଂହ ଓ ବକ୍ସର ଲଭଲିନା ବୋର୍ଗହେନ୍‌ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ । ଏଭଳି ଭାବେ ଆନୁଷ୍ଠାନିକ ଭାବେ ଏସୀୟ କ୍ରୀଡ଼ା ଆରମ୍ଭ ହୋଇଛି । ଏସୀୟ କ୍ରୀଡ଼ା ୨୦୨୩ରେ ଭାରତର ୬୫୫ ଜଣ ଖେଳାଳି ଅଂଶଗ୍ରହଣ କରୁଛନ୍ତି । ଭାରତରୁ ମୋଟ ୬୫୫ ଜଣ ଆଥଲେଟ୍‌ ୪୦ଟି ଭିନ୍ନ ଭିନ୍ନ ଇଭେଣ୍ଟରେ ଭାଗ ନେବେ । ଏହା ପୂର୍ବରୁ ଜାକର୍ତ୍ତା ଏସୀୟ କ୍ରୀଡ଼ାରେ ଭାରତରୁ ୫୭୨ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ । ସେହିପରି ଚଳିତ ଏସୀୟ କ୍ରୀଡ଼ାରେ ୪୫ଟି ଦେଶର ୧୨ ହଜାରରୁ ଅଧିକ ଖେଳାଳି ଅଂଶଗ୍ରହଣ କରୁଛନ୍ତି । ଏଥର ଏସିଆନ୍‌ ଗେମ୍ସରେ କ୍ରିକେଟକୁ ସାମିଲ କରାଯାଇଛି । ଏହା ପୂର୍ବରୁ ୨୦୧୪ ଏସୀୟ କ୍ରୀଡ଼ାରେ ମଧ୍ୟ କ୍ରିକେଟ  ଅଂଶ ଥିଲା, କିନ୍ତୁ ବିସିସିଆଇ ନିଜ ଦଳ ପଠାଇ ନଥିଲା । ତେବେ ଏଥର ବିସିସିଆଇ ଉଭୟ ପୁରୁଷ ଓ ମହିଳା ଦଳ ପଠାଇଛି । ଭାରତୀୟ ମହିଳା ଓ ପୁରୁଷ କ୍ରିକେଟ ଦଳ ସିଧାସଳଖ କ୍ୱାର୍ଟର ଫାଇନାଲ ଖେଳିବ  । କ୍ରିକେଟରୁ ଭାରତ ସ୍ୱର୍ଣ୍ଣ ଆଶା କରୁଛି  । ସେହିପରି ବକ୍ସିଂ, କୁସ୍ତି,ବ୍ୟାଡମିଣ୍ଟନ, ସୁଟିଂ ଆଦିରୁ ବି ଭାରତ ସ୍ୱର୍ଣ୍ଣ ପଦକ ପାଇବ ବୋଲି ଆଶା କରାଯାଉଛି  ।