ଦୀର୍ଘ ୫ବର୍ଷ ଧରି ନବୀନଙ୍କୁ ଦେଖା କରିପାରି ନାହିଁ:ଅନୁଭବ

May 18, 2024 - 11:06
 4067
ଦୀର୍ଘ ୫ବର୍ଷ ଧରି ନବୀନଙ୍କୁ ଦେଖା କରିପାରି ନାହିଁ:ଅନୁଭବ

ଭୁବନେଶ୍ୱର: ବିଜୁ ଜନତା ଦଳର ନେତୃତ୍ୱ ଏବେ ନବୀନ ପଟ୍ଟନାୟକ ନେଉନାହାନ୍ତି । ଦୀର୍ଘ ୫ବର୍ଷ ଧରି ତାଙ୍କୁ ଦେଖା କରିପାରି ନାହିଁ । ଫୋନ୍ ବି କରିଛି ତାହା ମଧ୍ୟ ସମ୍ଭବପର ହୋଇନି । ଯିଏ ଏବେ ଆତ୍ମଘୋଷିତ ଉତ୍ତରାଧିକାରୀ ଭାବୁଛନ୍ତି ଓ ବିଜୁ ଜନତା ଦଳର ନେତୃତ୍ୱ ନେଉଛନ୍ତି ତାଙ୍କ ସହ ବି କଥା ହେବା କଷ୍ଟ । ତେବେ ମୁଁ ତାଙ୍କ ଆଗରେ କେବେ ମୁଣ୍ଡ ନୁଆଁଇ ନାହିଁ କି ନୁଆଇଁବି ନାହିଁ । ଓଡିଶା ମାଟିର ଇଜ୍ଜତକୁ ଜଣେ ବାହାରୁ ଆସିଥିବା କଳାପାହାଡ ହାତରେ ଟେକି ଦେଇପାରିବିନି ।ବୋଲି କହିଛନ୍ତି  ସାଂସଦ ଅନୁଭବ ମହାନ୍ତି ।
 ସାମ୍ବାଦିକ ସମ୍ମିଳନୀ କରି ଅନୁଭବ ବିଜେଡି ଉପରେ ବର୍ଷିଛନ୍ତି । ତାଙ୍କୁ ପ୍ରଚାରରୁ ଦୂରେଇ ରଖିବା ପାଇଁ ବିଜେଡି କରିଥିବା ଅପଚେଷ୍ଟା ସମ୍ପର୍କରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ,ନିର୍ବାଚନରେ ବିଜେଡି ଜିତିବ ବୋଲି ଡିଣ୍ଡିମ ପିଟୁଛି । ବାସ୍ତବରେ କ୍ଷେତ୍ରରେ ଓଡ଼ିଶାର ଲୋକ ବିଜେଡିକୁ ଭୋଟ ଦେଉଥିଲେ ନବୀନ ପଟ୍ଟନାୟକଙ୍କ ପାଇଁ, କିନ୍ତୁ ଏବେ ଓଡ଼ିଶାରେ ନବୀନ ଶାସନ ଚାଲୁନାହିଁ । ନବୀନବାବୁଙ୍କୁ ଓଡ଼ିଶାର ଲୋକେ ଦେଖିବା ତ ଦୂରର କଥା ଦଳର ନେତା, ମନ୍ତ୍ରୀମାନେ ମଧ୍ୟ ଭେଟିବାର ସୁଯୋଗ ପାଉନାହାନ୍ତି । ମୁଁ ବିଜେଡିର ସାଂସଦ ଥିଲି, କିନ୍ତୁ ନବୀନ ବାବୁଙ୍କ ଦେଖିବାର ସୁଯୋଗ ପାଇନି କି କେନ୍ଦ୍ରାପଡା ବିକାଶର କୌଣସି ବିଷୟରେ କଥା ହେବାର ସୁଯୋଗ ମୋତେ ମିଳିନି । 
ସେ କହିଛନ୍ତି ଯେ କେନ୍ଦ୍ରାପଡ଼ାର ସାଂସଦ ଭାବେ ନିର୍ବାଚିତ ହେବା ପରଠୁ ତାଙ୍କୁ କେନ୍ଦ୍ରାପଡ଼ାରୁ ଦୂରେଇ ରହିବା ପାଇଁ ଦଳ ପକ୍ଷରୁ କୁହାଯାଇଥିଲା । ବିଜେଡି ସାଂସଦ ହୋଇଥିଲେ ମଧ୍ୟ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସରେ ତାଙ୍କ ଫାଇଲ ମାସମାସ ଧରି ପଡି ରହୁଥିଲା । କେନ୍ଦ୍ରାପଡା ପାଇଁ କାମ କରେଇ ଦିଆଯାଉନଥିଲା । କରୋନା ସମୟରେ ଓଡ଼ିଶାବାସୀ ତଥା କେନ୍ଦ୍ରାପଡ଼ାବାସୀ ଯେତେବେଳେ କୁଆଡେ ଗଲ ବୋଲି ପ୍ରଶ୍ନ କଲେ, ସେତେବେଳେ ମୁଁ କାହାର ଉତ୍ତର ଦେଇପାରୁ ନଥିଲି । କାରଣ କେନ୍ଦ୍ରାପଡ଼ା ନଯିବା ପାଇଁ ଦଳ ପକ୍ଷରୁ ମୋତେ ଫୋନ କରି ମନା କରାଯାଇଥିଲା । କେନ୍ଦ୍ରାପଡ଼ା ସରକାରୀ ମେଡିକାଲକୁ ସରପ୍ରାଇଜ ଭିଜିଟ କଲି କିନ୍ତୁ ବିଜେଡି କହିଲା ଭଲ କାମ କରୁଛନ୍ତି । ଏମିତି କରନ୍ତୁନି କାହିଁକି ନା ସରକାର ଉପରକୁ ଆଙ୍ଗୁଳି ଉଠୁଛି । ବିଜେଡି ମୋତେ କାମ କରିବାର ସୁଯୋଗ ଦେଲାନି ଲୋକଙ୍କ ଭିତରେ ମୋ’ ପାଇଁ ଘୃଣା ସୃଷ୍ଟି କରିବାର ସୁଯୋଗ କରାଇଦେଲା । ମୁଁ ଓଡ଼ିଶାବାସୀଙ୍କୁ ଭଲପାଏ ତାଙ୍କ ପାଇଁ କାମ କରିବି ବୋଲି ଶ୍ରୀ ମହାନ୍ତିି କହିଛ।