ଦ୍ବିତୀୟ ପର୍ୟ୍ୟାୟରେ ବିଜେଡି ଆହୁରି ଭଲ ପଦର୍ଶନ କରିବ:ପାଣ୍ଡିଆନ

May 20, 2024 - 12:21
 4317
ଦ୍ବିତୀୟ ପର୍ୟ୍ୟାୟରେ ବିଜେଡି ଆହୁରି ଭଲ ପଦର୍ଶନ କରିବ:ପାଣ୍ଡିଆନ

ଭୁବନେଶ୍ବର : ସୋମବାର ରାଜ୍ୟରେ ଦ୍ବିତୀୟ ପର୍ୟ୍ୟାୟ ନିର୍ବାଚନ ଚାଲିଛି। ସେପଟେ ପ୍ରଥମ ପର୍ୟ୍ୟାୟ ଅପେକ୍ଷା ଦ୍ବିତୀୟ ପର୍ୟ୍ୟାୟରେ ବିଜେଡି ଆହୁରି ଭଲ ପଦର୍ଶନ କରିବ ବୋଲି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଦୃଢକ୍ତି ପ୍ରକାଶ କରିଛନ୍ତି। ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଖବର ସରବରାହ ସଂସ୍ଥା ଏନଏନଆଇକୁ ସୂଚନା ଦେଇ କହିଛନ୍ତି ପ୍ରଥମ ପର୍ୟ୍ୟାୟ ନିର୍ବାଚନ ତୁଳନାରେ ଦ୍ବିତୀୟ ପର୍ୟ୍ୟାୟ ନିର୍ବାଚନରେ ବିଜୁ ଜନତା ଦଳ ବହୁତ ଭଲ କରିବ। ବିଜେଡି ସରକାରଙ୍କ କାମ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଯୋଗୁଁ ବିଜେଡି ଆଶାତୀତ ସଫଳତା ଲାଭ କରିବ। ଦ୍ବିତୀୟ ପର୍ୟ୍ୟାୟ ନିର୍ବାଚନରେ ବି ବିଜେଡି ସୁଇପ କରିବ। ରାଜ୍ୟର ୫ଟି ଲୋକସଭା ଆସନ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସ୍କା ଏବଂ ଏହା ଅଧିନସ୍ଥ ୩୫ଟି ବିଧାନସଭା ନିର୍ବାଚନମଣ୍ଡଳୀର ଲୋକ ସେମାନଙ୍କ ନେତା ବାଛୁଛନ୍ତି। ସମସ୍ତ ଅଞ୍ଚଳରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ହେଉଥିବା ବେଳେ ପାଗ ଅନୁକୂଳ ଥିବାରୁ ଲୋକଙ୍କ ଲମ୍ବା ଲାଇନ ଲାଗିଛି।
ସୂଚନାଯୋଗ୍ୟ  ରାଜ୍ୟରେ ପ୍ରଥମ ପର୍ୟ୍ୟାୟରେ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନ ୨୮ଟି ବିଧାନସଭା କ୍ଷେତ୍ର ପାଇଁ ମତଦାନ ଗତ ସୋମବାର ଶେଷ ହୋଇଥିଲା। ଯେଉଁଥିରେ ୨୮ଟି ବିଧାନସଭା ଆସନରୁ ୨୪ଟି ଆସନରେ ବିଜେଡି  ଜିତିବ ବୋଲି କହିଥିଲେ କାର୍ତ୍ତିକ ପାଣ୍ଡିଆନ।