ପ୍ରଥମ ପର୍ଯ୍ୟାୟରେ ୭୫.୬୮% ଭୋଟିଂ

ଭୁବନେଶ୍ୱର: ରାଜ୍ୟରେ ଦିନକ ପୂର୍ବରୁ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ୪ଟି ଲୋକସଭା ନିର୍ବାଚନମଣ୍ଡଳୀ ଓ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନରେ ମତଦାନ ଶେଷ ହେବା ସହ ଇଭଏମରେ ପ୍ରାର୍ଥୀଙ୍କ ଭାଗ୍ୟ ଲକ ହୋଇ ରହିଛି । ତେବେ ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ନିର୍ବାଚନମଣ୍ଡଳୀରେ ମୋଟ ୭୫.୬୮% ଭୋଟିଂ ହୋଇଛି । ସବୁଠୁ ଅଧିକ ନବରଙ୍ଗପୁରରେ ହୋଇଥିବାବେଳେ ସବୁଠୁ କମ ବ୍ରହ୍ମପୁରରେ ହୋଇଛି । ସ୍ୱାଭିମାନ ଅଞ୍ଚଳର ହୋଇଥିବା ୨୩ଟି ବୁଥରେ ଚଳିତ ବର୍ଷ ୮% ଅଧିକ ମତାଦାନ ହୋଇଛି ।