ବିଜେପିକୁ ସଫଳତା ମିଳିବା ନେଇ ଭର୍ତ୍ତୃହରିଙ୍କ ଦୃଢୋକ୍ତି
କଟକ: କଟକ ସଂସଦୀୟ କ୍ଷେତ୍ରରେ ଆସନ୍ତା ୨୫ ତାରିଖରେ ଭୋଟଦାନ ହେବ । ଏଥର ସହରରେ ତାତି କମିଥିବାରୁ ଓ ପାଗ ଭଲ ଥିବାରୁ ଆସନ୍ତା ୨୫ ତାରିଖରେ ଭଲ ଭୋଟିଂ ହେବ ଏବଂ ବିଜେପିକୁ ଭଲ ସଫଳତା ମିଳିବ ବୋଲି ଆଶା ପ୍ରକଟ କରିଛନ୍ତି ଭର୍ତ୍ତୃହରି ମହତାବ ।
ସେହିଭଳି ଚୌଦ୍ବାର ବିଧାୟକ ପ୍ରାର୍ଥୀ ନୟନ ମହାନ୍ତି କହିଛନ୍ତି ଯେ ଏଥର ବେରୋଜଗାରୀ ପ୍ରମୁଖ ମୁଦ୍ଦା ଅଟେ । ଚୌଦ୍ବାରରେ ପୁନଃ ଶିଳ୍ପ ସମୃଦ୍ଧ ହେବ, ଶିଳ୍ପାୟନ ପ୍ରତିଷ୍ଠା କରାଯିବ । ବିସ୍ଥାପନମାନଙ୍କୁ ଥଇଥାନ କରାଯିବ ବୋଲି ନୟନ କହିଛନ୍ତି । ଓଡିଶା ଏବେ ପରିବର୍ତ୍ତନ ଆଡକୁ ମୁହାଁଇଛି ବୋଲି କହିଛନ୍ତି ନୟନ ମହାନ୍ତି । ଗତ ୨୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଜନସଭା କରିବା ସହ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ରୋଡ ସୋ କରିଥିଲେ ।