ମାଟି ଅତଡ଼ା ଖସି ୩ ଶ୍ରମିକ ମୃତ

May 16, 2024 - 11:28
 4865
ମାଟି ଅତଡ଼ା ଖସି ୩ ଶ୍ରମିକ ମୃତ

ଯାଜପୁର : ଯାଜପୁର ଜିଲ୍ଲା ବିଞ୍ଝାରପୁର କପିଳା ରାହାଁସ ନିକଟରେ ଗତ ରାତିରେ ମାଟି ଅତଡ଼ା ଖସି ୩ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏଲଏଣ୍ଡଟି ପାଇପ ଲାଇନ କାମ ବେଳେ ଏହି ଅଘଟଣ ଘଟିଛି। ମୃତ ୩ ଜଣ ତାମିଲନାଡ଼ୁ ଓ ବିହାରର ବୋଲି ଜଣାପଡ଼ିଛି।

କପିଳା ପଞ୍ଚାୟତ ରାହାଁସ ନିକଟରେପାଇପ ଲାଇନ୍‌ କାମ ଚାଲିଛି। ଗତ ରାତିରେ କାମ ଚାଲିଥିବା ବେଳେ ତଳେ ୩ ଶ୍ରମିକ ଥିଲେ। ହଠାତ୍‌ ସେମାନଙ୍କ ଉପରେ ମାଟି ଅତଡ଼ା ଖସି ପଡ଼ିଥିଲା।ଘଟଣାସ୍ଥଳରେ ଉପସ୍ଥିତି ଲୋକେ ତୁରନ୍ତ ୩ ଶ୍ରମିକଙ୍କୁ ଉଦ୍ଧାର କରି ପ୍ରଥମେ ବିଞ୍ଝାରପୁର ମେଡିକାଲକୁ ନେଇଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଡାକ୍ତର ଯାଜପୁର ରେଫର କରିଦେଲେ। ମାତ୍ର ସେଠାରେ ଡାକ୍ତର ସମସ୍ତ ୩ ଶ୍ରମିକଙ୍କୁ ମୃତ ଘୋଷଣା କରିଥିବା ଜଣାଯାଇଛି। ଏହି ଅଘଟଣରେ ଆଉ କିଛି ଶ୍ରମିକ ଆହତ ହୋଇଥିବା ଜଣାଯାଇଛି। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି।