ରତ୍ନଭଣ୍ଡାର ଗଣତି ପ୍ରସଙ୍ଗ, ତଦାରଖ କମିଟିର ଆଜି ପ୍ରଥମ ବୈଠକ

Mar 9, 2024 - 11:24
 4
ରତ୍ନଭଣ୍ଡାର ଗଣତି ପ୍ରସଙ୍ଗ, ତଦାରଖ କମିଟିର ଆଜି ପ୍ରଥମ ବୈଠକ

ପୁରୀ: ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ରତ୍ନଭଣ୍ଡାରରେ ଗଚ୍ଛିତ ମହାପ୍ରଭୁଙ୍କ ଅଳଙ୍କାରର ହେବ ଗଣତି । ତେବେ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଥିବା ଅଳଙ୍କାରର ଗଣତି ପାଇଁ ଜଷ୍ଟିସ୍ ଅରିଜିତ୍ ପଶାୟତଙ୍କ ଅଧ୍ୟକ୍ଷତାରେ ଆଜି ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହେବ । ଏହି କମିଟି ରତ୍ନଭଣ୍ଡାରରେ ଥିବା ମହାପ୍ରଭୁଙ୍କ ଅଳଙ୍କାର ଓ ବିଭିନ୍ନ ମୂଲ୍ୟବାନ ବସ୍ତୁର ତାଲିକା ପ୍ରସ୍ତୁତ କରିବେ । ସେଥିପାଇଁ ଆଜି ତଦାରଖ କମିଟିର ଅଧ୍ୟକ୍ଷ ଅରିଜିତ୍ ପଶାୟତ ଆଜି ପୁରୀ ଗସ୍ତ କରିଛନ୍ତି । ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ରତ୍ନଭଣ୍ଡାରରୁ ଦୁର୍ଲଭ ଅଳଙ୍କାର ଗଣତିମଣତି ପାଇଁ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହେବ ।
ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ତଦାରଖ କମିଟିରେ ଅଧ୍ୟକ୍ଷଙ୍କ ସହିତ ୧୨ ଜଣ ସଦସ୍ୟ ରହିଛନ୍ତି । ଆଜି ୨ଟା ବେଳେ ଏହି ବୈଠକ ହେବାକୁ ଥିବାବେଳେ ରତ୍ନଭଣ୍ଡାର ତଦାରଖ ପାଇଁ ଗୁରୁତ୍ଵପୂର୍ଣ୍ଣ ଆଲୋଚନା ହେବ । ରାଜ୍ୟ ସରକାରଙ୍କ ତରଫରୁ ଏହି କମିଟିର ଅଧ୍ୟକ୍ଷ ଭାବରେ ଅରିଜିତ ପଶାୟତଙ୍କ ନାମ ଘୋଷଣା କରାଯାଇଥିଲା । ତେଣୁ ଶୁକ୍ରବାର ଠାରୁ ପଶାୟତ ଭୁବନେଶ୍ୱର ପହଞ୍ଚି ଥିବାବେଳେ ଆଜି ପୁରୀ ଗସ୍ତ କରିଛନ୍ତି । ଆଜି ସକାଳେ ଶ୍ରୀମନ୍ଦିର ଦର୍ଶନ ପରେ ଦିନ ୨ଟାରେ ବୈଠକରେ ଯୋଗ ଦେବେ ।