୧ ଲକ୍ଷ ଯୁବବର୍ଗଙ୍କୁ ନିଯୁକ୍ତି ପତ୍ର ଦେଲେ

Feb 12, 2024 - 11:23
 4
୧ ଲକ୍ଷ ଯୁବବର୍ଗଙ୍କୁ ନିଯୁକ୍ତି ପତ୍ର ଦେଲେ

ନୂଆଦିଲ୍ଲୀ : ସୋମବାରଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଯୁକ୍ତି ମେଳାରେ ଭାଗ ନେଇଛନ୍ତି। ଏହି କାର୍ୟ୍ୟକ୍ରମରେ ସେ ୧  ଲକ୍ଷ ଯୁବବର୍ଗଙ୍କୁ ସରକାରୀ ଚାକିରି ପାଇଁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ନୂଆଦିଲ୍ଲୀରେ ଇଣ୍ଟିଗ୍ରେଟେଡ କମ୍ପ୍ଲେକ୍ସ ‘କର୍ମଯୋଗୀ ଭବନ’ର ପ୍ରଥମ ପର୍ୟ୍ୟାୟର ମୂଳଦୁଆ ପକାଇଛନ୍ତି। ଏହି କ୍ୟାମ୍ପସ ମିଶନ କର୍ମଯୋଗୀର ବିଭିନ୍ନ ସ୍ତମ୍ଭ ମଧ୍ୟରେ ସହଯୋଗ ଏବଂ ସମନ୍ନ୍ବୟକୁ ପ୍ରୋତ୍ସାହିତ କରିବ।

ରୋଜଗାର ମେଳାରେ ତାଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ୍‌ ଭାରତ ସରକାର ଯୁବବର୍ଗମାନଙ୍କୁ ଚାକିରି ଦେବାରେ କ୍ରମାଗତ ଭାବେ ଦ୍ରୁତ ଗତିରେ ଅଗ୍ରଗତି କରୁଛନ୍ତି। ପୂର୍ବ ସରକାରଗୁଡିକରେ, ଚାକିରି ବିଜ୍ଞାପନ ପ୍ରସଙ୍ଗରୁ ନିଯୁକ୍ତି ପତ୍ର ପ୍ରଦାନ ପର୍ୟ୍ୟନ୍ତରେ ବହୁତ ସମୟ ନେଉଥିଲେ। ଏହି ବିଳମ୍ବର ସୁଯୋଗ ନେଇ ଲାଞ୍ଚ କାରବାର ହେଉଥିଲା। ଆମେ ବର୍ତ୍ତମାନ ଭାରତ ସରକାରରେ ନିଯୁକ୍ତି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସ୍ବଚ୍ଛ କରିଛୁ।