୧୯ବର୍ଷରୁ କମ୍‌ ବିଶ୍ୱକପ୍‌ ଫାଇନାଲ୍‌ : ଆଜି ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ

Feb 11, 2024 - 12:20
 1
୧୯ବର୍ଷରୁ କମ୍‌ ବିଶ୍ୱକପ୍‌ ଫାଇନାଲ୍‌ : ଆଜି  ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଅନ୍ତିମ ପର୍ୟ୍ୟୟରେ ପହଞ୍ଚିଛି। ଟାଇଟଲ ପାଇଁ ଗତଥରର ଚାମ୍ପିଅନ ଭାରତ ଓ ଅଷ୍ଟ୍ରେଲିଆ ରବିବାର ଫାଇନାଲ ମୁକାବିଲାରେ ଅବତୀର୍ଣ୍ଣ ହେବେ। ଜୋହାନ୍ସବର୍ଗର ପୂର୍ବରେ ଥିବା ବେନୋଇର ୱିଲୋମୁର ପାର୍କରେ ଖେଳାଯିବାକୁ ଥିବା ଏହି ନିର୍ଣ୍ଣାୟକ ମ୍ୟାଚ୍‌ ଜିତି ଭାରତ ରେକର୍ଡ ଷଷ୍ଠ ଟାଇଟଲ ହାସଲ ଲକ୍ଷ୍ୟରେ ରହିଛି। ଗତ ଅକ୍ଟୋବର- ନଭେମ୍ବରେ ଭାରତରେ ଅନୁଷ୍ଠିତ ଦିନିକିଆ ବିଶ୍ୱକପ୍‌ ଫାଇନାଲରେ ଭାରତକୁ ପରାସ୍ତ କରି ଅଷ୍ଟ୍ରେଲିଆ ଚାମ୍ପିଅନ ହେବା ସହ କୋଟି କୋଟି ଭାରତୀୟ ପ୍ରଶଂସକଙ୍କ ହୃଦୟ ଭାଙ୍ଗିଥିଲା। ଏବେ ଭାରତର କନିଷ୍ଠ ଖେଳାଳି ସିନିୟର ଖେଳାଳିଙ୍କର ଏହି ହୃଦୟବିଦାରକ ପରାଜୟର ପ୍ରତିଶୋଧ ନେବ ବୋଲି ଆଶା କରାଯାଉଛି। ଭାରତ ସେମିଫାଇନାଲରେ ଆୟୋଜକ ଦକ୍ଷିଣ ଆଫ୍ରିକାକୁ ଦୁଇ ୱିକେଟରେ ଓ ଅଷ୍ଟ୍ରେଲିଆ ରୋମାଞ୍ଚକ ତଥା ସଂଘର୍ଷପୂର୍ଣ୍ଣ ଦ୍ୱିତୀୟ ସେମିଫାଇନାଲରେ ଏକ ୱିକେଟରେ ପାକିସ୍ତାନକୁ ହରାଇ ଫାଇନାଲ ଟିକଟ ହାସଲ କରିଥିଲେ।

ଭାରତୀୟ ଦଳ: ଉଦୟ ସରଣ (ଅଧିନାୟକ), ଅର୍ଶିନ କୁଲକର୍ଣ୍ଣୀ, ଆଦର୍ଶ ସିଂ, ରୁଦ୍ର ମୟୂର ପଟେଲ, ମୁସିର ଖାନ୍‌, ସଚିନ ଧାସ, ପ୍ରିୟାଂଶୁ ମୋଲିୟା, ଆରାଭେଲି ଅବିନାଶ ରାଓ (ୱିକେଟକିପର), ସୌମ୍ୟ ପାଣ୍ଡେ, ମୁରୁଗାନ ଅଭିଷେକ, ଇନେଶ ମହାଜନ, ଧନୁଷ ଗୌଡ଼ା, ଆରାଧ୍ୟ ଶୁକ୍ଲା, ରାଜ ଲିମ୍ବାନୀ ଓ ନମନ ତିୱାରୀ।