ଏସବୁ ଖାଇଲେ ଆଉ ଝଡିବ ନାହିଁ କେଶ..

Feb 29, 2024 - 11:35
 7
ଏସବୁ ଖାଇଲେ ଆଉ ଝଡିବ ନାହିଁ କେଶ..

କେଶ ଝଡିବା ସଭିଁଙ୍କ ପାଇଁ ମୁଖ୍ୟ ସମସ୍ୟା ପାଲଟିଛି। ଏହା କେବଳ ବୟସ ଅଧିକ ହେଲେ ନୁହେଁ ବରଂ ସଭିଁଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଖରାପ ଜୀବନଶୈଳୀ କାରଣରୁ ଏହି ସମସ୍ୟା ଅଧିକ ବଢି ଯାଇଛି। ଆପଣଙ୍କ କେଶ ଅଧିକ ଝଡୁଥିଲେ,ନିଜ ଖାଦ୍ୟପେୟରେ କିଛି ପରିବର୍ତ୍ତନ କରିବା ନିତାନ୍ତ ଆବଶ୍ୟକ।
କେଶ ମଜଭୂତ, ଘନ, ଲମ୍ବା ପାଇଁ ପ୍ରୋଟିନ୍‌‌ ନିତାନ୍ତ ଜରୁରୀ। ତେଣୁ ନିଜ ଖାଦ୍ୟରେ ଅଣ୍ଡା,ମାଛ ଆଦି ସାମିଲ କରିବା ଆବଶ୍ୟକ।
ସୁସ୍ଥ କେଶ ପାଇଁ ନିଜ ଖାଦ୍ୟରେ ଭିଟାମିନ ନିଶ୍ଚୟ ସାମିଲ କରନ୍ତୁ। ଭିଟାମିନ ଇ ଓ ଭିଟାମିନ ଏ କେଶ ମୂଳରେ ସୁଚାରୁ ରୂପେ ରକ୍ତ ସଞ୍ଚାଳନ କରିବାରେ ସହାୟକ ହୋଇଥାଏ।
ଅତିରିକ୍ତ କେଶ ଝଡୁଥିଲେ କେଶ ମୂଳରେ ରସୁଣ,ପିଆଜ ରସ ମାଲିସ କରନ୍ତୁ।
କେଶକୁ ମଜଭୂତ ଓ ଘନ କରିବା ପାଇଁ କେଶ ମୂଳରେ ଏହାକୁ ମାଲିସ କରନ୍ତୁ।
କେଶକୁ ସୁସ୍ଥ ରଖିବା ପାଇଁ ନିଜ ଖାଦ୍ୟରେ ଅଣ୍ଡା, ବାଦାମ, ପିଆଜ,କନ୍ଦମୂଳ , ଓଟସ୍‌‌ ଆଦି ସାମିଲ କରନ୍ତୁ।