ଦିଲ୍ଲୀରୁ ଫେରିଲେ ପାଣ୍ଡିଆନ ଓ ପ୍ରଣବପ୍ରକାଶ

ଭୁବନେଶ୍ୱର: ଭୁବନେଶ୍ୱରେ ପହଞ୍ଚିଲେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସ । ବିଜେପି ଓ ବିଜେପି ମଧ୍ୟରେ ମେଣ୍ଟ ଚର୍ଚ୍ଚା ଭିତରେ ଉଭୟ ଗତକାଲି ଦିଲ୍ଲୀ ଯାଇଥିବାବେଳେ ବେଳେ ଆଜି ଉଭୟ ଭୁବନେଶ୍ୱରକୁ ଫେରିଆସିଛନ୍ତି । ଉଭୟ ମେଣ୍ଟ ସମ୍ପର୍କରେ ଆଲୋଚନା ପାଇଁ ଦିଲ୍ଲୀ ଯାଇଥିଲେ ।
ତେବେ ମେଣ୍ଟ ନେଇ ଏଯାଏଁ କୌଣସି ସ୍ପଷ୍ଟ ଚିତ୍ର ଆସି ପାରୁନି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଆସନ ବୁଝାମଣାକୁ ନେଇ ଅଙ୍କ ଛିଣ୍ଡୁନଥିବା ବେଳେ ମେଣ୍ଟ ନେଇ ସସପେନ୍ସ ଲାଗି ରହିଛି ।
ଅନ୍ୟପଟେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ ବିଜେପି ଏକା ଲଢିବା ନେଇ ସମ୍ଭାବନା ରହିଛି ।
ସେ କହିଛନ୍ତି ଯେ ମେଣ୍ଟ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ରାଜ୍ୟ ବିଜେପି ସଭାପତି କେନ୍ଦ୍ରୀୟ ନେତୃତ୍ୱ ଆଗରେ ସ୍ପଷ୍ଟ ମତାମତ ରଖିଛନ୍ତି । ଆମେ ଏକାକୀ ଲଢିଲେ ଭଲ କରିବାକୁ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି । ସଭାପତି ଯାହା ଜଣାଇଛନ୍ତି ଭାରତୀୟ ଜନତା ପାର୍ଟି ତାହା ବିଶ୍ୱାସ କରେ । ଯାହା କେନ୍ଦ୍ରୀୟ ନିଷ୍ପତ୍ତି ଆସିବ ଆମେ ସେ ଅନୁସାରେ ଚାଲିବୁ । ତେବେ ଯେତେଦୂର ସମ୍ଭବ, ବିଜେପି ଏକା ଲଢିବାର ବହୁ ସମ୍ଭାବନା ଅଛି ବୋଲି ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।