ଓପିନିୟନ୍ ପୋଲ୍ ରିପୋର୍ଟ :ବିଜେଡି ଓ ବିଜେପି ମଧ୍ୟରେ ହେବ କଡ଼ା ଟକ୍କର

Mar 6, 2024 - 11:47
 4
ଓପିନିୟନ୍ ପୋଲ୍ ରିପୋର୍ଟ :ବିଜେଡି ଓ ବିଜେପି ମଧ୍ୟରେ ହେବ କଡ଼ା ଟକ୍କର

ଭୁବନେଶ୍ୱର: ଯଦି ଏବେ ଲୋକସଭା ନିର୍ବାଚନ ହୁଏ ତା’ହେଲେ ଓଡ଼ିଶାର ମୋଟ ୨୧ଟି ଲୋକସଭା ଆସନ ମଧ୍ୟରୁ ବିଜେଡିକୁ ୧୧ଟି ଓ ବିଜେପିକୁ ୧୦ଟି ସିଟ୍ ଯିବ । ଅର୍ଥାତ୍ ୨୦୧୯ ନିର୍ବାଚନ ତୁଳନାରେ ବିଜେଡି ୧ସିଟ୍ ହରାଇବ ଓ ବିଜେପି ୨ଟି ସିଟ୍ ଅଧିକ ପାଇବ ।
ଇଣ୍ଡିଆ ଟିଭି-ସିଏନଏକ୍ସ ଓପିନିୟନ୍ ପୋଲ୍ ରିପୋର୍ଟ ଅନୁସାରେ ଓଡ଼ିଶାରେ ୨୧ଟି ଲୋକସଭା ଆସନରେ ଉଭୟ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେବ । ବିଜେଡିକୁ ୧୧ଟି ଓ ବିଜେପି ଖାତାରେ ୧୦ଟି ସିଟ୍ ରହିବ । ଓଡ଼ିଶାରେ ନରେନ୍ଦ୍ର ମୋଦିଙ୍କ ଲହର ରହିଛି ଓ ବିଶେଷକରି ରାଜ୍ୟର ପଶ୍ଚିମ,ଦକ୍ଷିଣ ଓ ଉତ୍ତର ଭାଗରେ ବିଜେପି ପ୍ରାର୍ଥୀଙ୍କୁ ବିଶେଷ ଫାଇଦା ମିଳିବ ବୋଲି ସମୀକ୍ଷକମାନେ ମତ ଦେଇଛନ୍ତି । ଇଣ୍ଡିଆଟୁଡେର ମୁଡ୍ ଅଫ ଦି ନେସନ ଓ ଟାଇମ୍ସ ନାଓ ସର୍ଭେ ରିପୋର୍ଟ ପରେ ଇଣ୍ଡିଆ ଟିଭିର ଏହି ଓପିନିୟନ ପୋଲ୍ ମଧ୍ୟ ରାଜ୍ୟରେ ବିଜେପିକୁ ଅଧିକ ସଂଖ୍ୟକ ଲୋକସଭା ସିଟ୍ ମିଳିବ ବୋଲି ଆକଳନ କରିଛି ।