ଧାମନଗରରେ ସୂର୍ଯ୍ୟବଂଶୀ ସୂରଜ ଆଗୁଆ

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ନିର୍ବାଚନ ଶେଷ ପରେ ଆଜି ଭୋଟ ଗଣତି ଜାରି ରହିଛି । ତେବେ ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ବିଜେପି ଆଗକୁ ଆଗକୁ ମାଡ଼ି ଚାଲିଛି । ସିଟ ସଂଖ୍ୟା ତୁଳନାରେ ବିଜେଡି ବହୁ ପଛରେ ଚାଲିଛି ।
ଏହି ପରିପ୍ରେକ୍ଷୀରେ ଧାମନଗରରେ ବିଜେପି ପ୍ରାର୍ଥୀ ଆଗୁଆ ରହିଛନ୍ତି ।
୧୯ରୁ ବର୍ତ୍ତମାନ ସୁଦ୍ଧା ୩ ରାଉଣ୍ଡ ଗଣତି ହୋଇଥିବାବେଳେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ୧୪୬୪୧ଖଣ୍ଡ ଭୋଟ ମିଳିଥିବାବେଳେ ବିଜେଡି ପ୍ରାର୍ଥୀ ସଞ୍ଜୟ କୁମାର ଦାସଙ୍କୁ ୧୧୯୬୭ ଖଣ୍ଡ ଭୋଟ ମିଳିଛି । ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ରଞ୍ଜନ କୁମାର ବେହେରାଙ୍କୁ ୪୯୭ଖଣ୍ଡ ଭୋଟ ମିଳିଛି ।