ସଂସଦରେ ମହିଳା ସଂରକ୍ଷଣ ବିଲ ଆଗତ ହେଲା 

Sep 19, 2023 - 15:37
 1
ସଂସଦରେ ମହିଳା ସଂରକ୍ଷଣ ବିଲ ଆଗତ ହେଲା 

ନୂଆଦିଲ୍ଲୀ: ଆଜି ନୂଆ ସଂସଦ ଭବନରେ ସଂସଦର ସ୍ୱତନ୍ତ୍ର ଅଧିବେଶନର ଦ୍ୱିତୀୟ ଆରମ୍ଭ ହୋଇଛି । ଲୋକସଭା ଓ ବିଧାନ ପରିଷଦରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ଆଜି ଲୋକସଭାରେ ଏକ ବିଲ୍‌ ଆଗତ ହୋଇଛି । ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଲୋକସଭାରେ ଏହି ବିଲ୍‌ ଆଗତ କରିଛନ୍ତି । ମହିଳା ସଂରକ୍ଷଣ ବିଲ୍‌କୁ ନାରୀ ଶକ୍ତି ବନ୍ଦନା ଆଇନ ନାମରେ ନାମିତ କରାଯାଇଛି । ଏହି ବିଲ୍‌ ଗଣତନ୍ତ୍ରକୁ ସୁଦୃଢ଼ କରିବା ସହ ଲୋକସଭାରେ ମହିଳାଙ୍କ ଭାଗିଦାରୀ ବୃଦ୍ଧି କରିବ ବୋଲି ସେ କହିଛନ୍ତି ।
ଆସନ୍ତା କାଲି ଅର୍ଥାତ ବୁଧବାର ଏହି ବିଲକୁ ନେଇ ବିତର୍କ ହେବ । ଏହା ପରେ ଏହାକୁ ଗୃହୀତ କରାଯିବ । ସୋନିଆ ଗାନ୍ଧୀ ଏହା କଂଗ୍ରେସ୍‌ ସରକାରଙ୍କ ବିଲ୍‌ ବୋଲି କହିଥିବାବେଳେ ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ କହିଥିଲେ, ଯଦି ସରକାର ମଙ୍ଗଳବାର ମହିଳା ସଂରକ୍ଷଣ ବିଲ୍‌ ଆଗତ କରନ୍ତି, ତେବେ ଏହା ୟୁପିଏ ସରକାରରେ କଂଗ୍ରେସ ଏବଂ ଏହାର ସହଯୋଗୀଙ୍କ ବିଜୟ ହେବ ।  ୟୁପିଏ ସରକାର ସମୟରେ ଏହି ବିଲ୍‌ ୨୦୧୦ ମାର୍ଚ୍ଚ ୯ରେ ରାଜ୍ୟସଭାରେ ପାରିତ ହୋଇଥିଲା, କିନ୍ତୁ ଲୋକସଭାରେ ଏହା ପାରିତ ହୋଇପାରିନଥିଲା । ଆସନ୍ତା କାଲି ଅର୍ଥାତ୍‌, ବୁଧବାର ଲୋକସଭାରେ ଏହି ବିଲ ଉପରେ ଚର୍ଚ୍ଚା ହେବ । ତେବେ କଂଗ୍ରେସ ଓ ଅନ୍ୟ କେତେକ ପ୍ରମୁଖ ବିରୋଧୀ ଦଳ ମଧ୍ୟ ଏହି ବିଲକୁ ସମର୍ଥନ କରୁଥିବାରୁ ଏହି ବିଲ୍‌ ସହଜରେ ଗୃହୀତ ହୋଇଯିବ ।